ଓଡିଶା

odisha

ତାଉ'ତେ ଉଡାଇ ନେଲା 'ଟାଇଗର-3' ସେଟ୍

By

Published : May 19, 2021, 4:56 PM IST

ସଲମାନ-କ୍ୟାଟ୍ରିନାଙ୍କ ଆଗାମୀ ଚଳଚ୍ଚିତ୍ର 'ଟାଇଗର-3' ର ସୁଟିଂ ଆରମ୍ଭ ହେବାକୁ ଯାଉଥିଲାବେଳେ ବାତ୍ୟା ତାଉ'ତେ ଯୋଗୁଁ ଏହାକୁ ସ୍ଥଗିତ ରଖିବାକୁ ପଡିଛି । ଅଧିକ ପଢନ୍ତୁ...

sets-of-salman-khan-and-katrina-kaif-starrer-tiger-3-destroyed-due-to-cyclone-tauktae
ତାଉ'ତେ ଉଡାଇ ନେଲା 'ଟାଇଗର-3' ସେଟ୍

ମୁମ୍ବାଇ: ଆରବ ସାଗରରୁ ଉଠିଥିବା ବାତ୍ୟା ତାଉ'ତେ ର ପ୍ରଭାବ ବର୍ତ୍ତମାନ କମିବାରେ ଲାଗିଛି । କେରଳରୁ କର୍ଣ୍ଣାଟକ, ଗୋଆରୁ ମହାରାଷ୍ଟ୍ର ପର୍ଯ୍ୟନ୍ତ ଏବଂ ଗୁଜୁରାଟରେ ଘୂର୍ଣ୍ଣିବଳୟ ସୃଷ୍ଟି କରିବା ପରେ ଏହାର ଗତି ହ୍ରାସ ପାଇଛି, କିନ୍ତୁ ଏହି ବାତ୍ୟା ଅନେକ ସ୍ଥାନରେ କ୍ଷୟକ୍ଷତି କରିଛି । ସେହିପରି ଏହି ବାତ୍ୟାରେ ପ୍ରଭାବିତ ହୋଇଛନ୍ତି ସୁପରଷ୍ଟାର ସଲମାନ ଏବଂ ଅଭିନେତ୍ରୀ କ୍ୟାଟ୍ରିନା କୈଫ ।

ବାସ୍ତବରେ ସଲମାନ-କ୍ୟାଟ୍ରିନାଙ୍କ ଆଗାମୀ ଚଳଚ୍ଚିତ୍ର 'ଟାଇଗର-3' ର ସୁଟିଂ ହେବାକୁ ଯାଉଥିଲାବେଳେ ବାତ୍ୟା ତାଉ'ତେ ଯୋଗୁଁ ଏହାକୁ ସ୍ଥଗିତ ରଖିବାକୁ ପଡିଛି ।

ଏକ ରିପୋର୍ଟ ଅନୁଯାୟୀ, ଏହି ବାତ୍ୟା କେତେକ ସେଟକୁ ଉଡାଇ ନେଇଛି । ଏଥିରେ ସଲମାନଙ୍କ ଆଗାମୀ ଚଳଚ୍ଚିତ୍ର 'ଟାଇଗର-3' 'ର ସେଟ ମଧ୍ୟ ରହିଛି ।

କୁହାଯାଉଛି ଯେ, 'ଟାଇଗର-3' 'ର ସେଟ ଗୁରଗାଓଁରେ ତିଆରି ହୋଇଥିଲା । ବାତ୍ୟା ତାଉ'ତେ ଯୋଗୁଁ ସେଟ ପବନରେ ଉଡିଯାଇଛି । ଯଦିଓ ଏଥିରେ କାହାର ମୃତ୍ୟୁ ହୋଇନାହିଁ କିନ୍ତୁ ସେଟ୍ ଖୁବ୍ କ୍ଷତିଗ୍ରସ୍ତ ହୋଇଛି ।

ABOUT THE AUTHOR

...view details