ଓଡିଶା

odisha

ETV Bharat / sitara

'ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ' ଉପରେ ସେନସର ରୋକ - sensor board

ଅର୍ଜୁନ କପୁରଙ୍କ ଫିଲ୍ମ 'ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ' ଉପରେ ସେନସର ବୋର୍ଡର ଲାଗିଛି ରୋକ । ଫିଲ୍ମର କେତେକ ଦୃଶ୍ୟ ଉପରେ ଲାଗିଛି ରୋକ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/arjunkapoor

By

Published : May 18, 2019, 11:13 AM IST

ହାଇଦ୍ରାବାଦ: ଅର୍ଜୁନ କପୁରଙ୍କ ଫିଲ୍ମ 'ଇଣ୍ଡିଆଜ ମୋଷ୍ଟ ୱାଣ୍ଟେଡ'କୁ ନେଇ ବଲିଉଡରେ କାଫି ଚର୍ଚ୍ଚା ଚାଲିଛି । ତେବେ ଏନେଇ ଏବେ ଏକ ନୂଆ କଥା ସାମ୍ନାକୁ ଆସିଛି । ଫିଲ୍ମର କିଛି ଦୃଶ୍ୟ ଉପରେ ସେନସର ବୋର୍ଡ ରୋକ ଲଗାଇଛି । ରିଲିଜ ହେବା ପୂର୍ବରୁ ହିଁ ଫିଲ୍ମ ଉପରେ ପ୍ରଶ୍ନ ଉଠିଛି ।

ରିଲିଜ ପୂର୍ବରୁ ଫିଲ୍ମକୁ ମୁମ୍ବାଇରେ ଏକ ସ୍ବତନ୍ତ୍ର ସ୍କ୍ରିନିଙ୍ଗ କରାଯାଇଥିଲା । ଏଥିରେ ଅନେକ ବଲିଉଡ କଳାକାର ଉପସ୍ଥିତ ଥିଲେ । ତେବେ ସେନସର ବୋର୍ଡ ମଧ୍ୟ ଫିଲ୍ମ ଦେଖିଥିଲେ ଓ କେତେକ ଦୃଶ୍ୟ ଉପରେ ଆପତ୍ତି ପ୍ରକାଶ କରିଥିଲେ । ଫିଲ୍ମର କିଛି ଦୃଶ୍ୟ ଧର୍ମୀୟ ଭାବନା ଉପରେ ଆଞ୍ଚ ଆଣିବ ବୋଲି କହିଛି ସେନସର ବୋର୍ଡ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/arjunkapoor

ଏଥିରେ ଉଭୟ ହିନ୍ଦୁଙ୍କ ଧାର୍ମିକ ଗ୍ରନ୍ଥ ଗୀତା ଓ ମୁସଲମାନଙ୍କ ଧାର୍ମିକ ଗ୍ରନ୍ଥ କୋରାନ ଉପରେ ଆଧାରିତ ଡାଏଲଗ ରହିଛି । ଏହାକୁ ଲୋକଙ୍କ ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇପାରେ ବୋଲି ଏହାକୁ କଟ୍ କରିବାକୁ କହିଛି ସେନସର ବୋର୍ଡ । ତେବେ ଏହା ପୂର୍ବରୁ ମଧ୍ୟ ଟ୍ରେଲରରେ ଥିବା କିଛି ଡାଏଲଗ ଉପରେ ରୋକ ଲଗାଇଥିଲା ବୋର୍ଡ ।

ଫିଲ୍ମଟି ମେ 24ରେ ରିଲିଜ ହେବ ।

ABOUT THE AUTHOR

...view details