ଓଡିଶା

odisha

ETV Bharat / sitara

ଦୃଷ୍ଟିହୀନଙ୍କ ପାଇଁ ଅମିତାଭଙ୍କ ନୂଆ କ୍ୟାମ୍ପେନ - blindness

ଦୃଷ୍ଟିହୀନଙ୍କ ପାଇଁ ବିଗ-ବିଙ୍କ ସି ନାଓ(see now) କ୍ୟାମ୍ପେନ । ଏହା ଜରିଆରେ ଲୋକଙ୍କୁ ସଚେତନ କରିଛନ୍ତି ଅମିତାଭ ବଚ୍ଚନ । ଟ୍ବିଟରରେ ଏକ ଭିଡିଓ ପୋଷ୍ଟ କରି ଆଖି ପରୀକ୍ଷା କରିବାକୁ ଆହ୍ବାନ ଦେଇଛନ୍ତି ବିଗ-ବି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/amitabhbachchan

By

Published : Jun 18, 2019, 4:27 PM IST

ହାଇଦ୍ରାବାଦ: ମେଗାଷ୍ଟାର ଅମିତାଭ ବଚ୍ଚନ ‘ସି ନାଓ(see now)’ ନାମକ ଏକ କ୍ୟାମ୍ପେନ ଲଞ୍ଚ କରିଛନ୍ତି । ଏହି କାମ୍ପେନରେ ମୁଖ୍ୟତଃ ଉତ୍ତରପ୍ରଦେଶର ପାଞ୍ଚଟି ଜିଲ୍ଲାକୁ ଫୋକସ କରାଯାଇଛି । ଦୃଷ୍ଟିହୀନ ମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଏହି କ୍ୟାମ୍ପେନ କାମ କରିବ ।

ଭିଡିଓ ସୌଜନ୍ୟ: ଟ୍ବିଟର/@SrBachchan

ଉତ୍ତରପ୍ରଦେଶର ଉନାଓ, ଲକ୍ଷ୍ନୌ, ରାଇବରେଲି, ଲକ୍ଷ୍ମୀପୁରଖେରୀ, ସିତାପୁରକୁ ଧ୍ୟାନରେ ରଖାଯାଇଛି । ରେଡିଓ, ଟେଲିଭିଜନ, ପ୍ରିଣ୍ଟ, ସୋସିଆଲ ମିଡିଆରେ ଜରିଆରେ ଲୋକଙ୍କୁ ସଚେତନ କରାଯିବ । ଏପରିକି ବିଗ-ବି ଏକ ଭିଡିଓ ସେୟାର କରି ଲୋକମାନଙ୍କୁ ମଝିରେ ମଝିରେ ଆଖି ପରୀକ୍ଷା କରିବାକୁ ଉପଦେଶ ଦେଇଛନ୍ତି ।

ସଠିକ ଚିକିତ୍ସା ଦ୍ବାରା ଦୃଷ୍ଟିହୀନତାକୁ ଦୂର କରାଯାଇପାରେ । ତେଣୁ ନିକଟସ୍ଥ ସରକାରି ଡାକ୍ତରଖାନାରେ ମଝିରେ ମଝିରେ ଆଖି ଚିକିତ୍ସା କରେଇବା ଉଚିତ ବୋଲି କହିଛନ୍ତି ଅମିତାଭ । ଫ୍ରେଡ ହୋଲଜ ଫାଉଣ୍ଡେସନ, ଇଜିଲର ଭିଜନ ଫାଉଣ୍ଡେସନ ଦ୍ବାରା ଏହି କ୍ୟାମ୍ପେନର ଆରମ୍ଭ କରାଯାଇଛି । ଏହି ଦୁଇ ଫାଉଣ୍ଡେସନ ସହ ଭିଜନ 2020 ଇଣ୍ଡିଆ ଓ ସାଇଟସେଭର୍ସ ଇଣ୍ଡିଆ ମଧ୍ୟ ଯୋଗ ଦେଇଛି ।

ABOUT THE AUTHOR

...view details