ଓଡିଶା

odisha

ETV Bharat / sitara

ରୋମାଣ୍ଟିକ ମୁଡରେ ରାକୁଲ ଓ ସିଂଘମ, ଦେଖନ୍ତୁ ଭିଡିଓ

ରିଲିଜ ହେଲା ‘ଦେ ଦେ ପ୍ୟାର ଦେ’ର ଦ୍ବିତୀୟ ଟ୍ରାକ । ଏହି ରୋମାଣ୍ଟିକ ଗୀତରେ ନଜର ଆସିଛନ୍ତି ଅଜୟ ଦେବଗନ ଓ ରାକୁଲ ପ୍ରୀତ ସିଂହ ।

By

Published : Apr 24, 2019, 3:11 AM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ଅଜୟ ଦେବଗନ

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ଅଜୟ ଦେବଗନ ନିଜ ବୟସଠାରୁ ଦୁଇଗୁଣ ସାନ ଅଭିନେତ୍ରୀଙ୍କ ସହ ରୋମାନ୍ସ କରୁଥିବା ନଜର ଆସିବେ । ତାଙ୍କର ଆଗାମୀ କମେଡି ଫିଲ୍ମ 'ଦେ ଦେ ପ୍ୟାର ଦେ' ରିଲିଜ ହେବାକୁ ପ୍ରସ୍ତୁତ ହୋଇ ସାରିଲାଣି । ଯେଉଁଥିରେ ମୁଖ୍ୟ ଭୂମିକାରେ ନଜର ଆସିବେ ଅଜୟ, ରାକୁଲ ପ୍ରୀତ ସିଂହ ଓ ତବ୍ବୁ । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ଏବଂ ପ୍ରଥମ ଟ୍ରାକ ରିଲିଜ ହୋଇଥିଲା । ଯାହାକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଥିଲେ ।

ଦର୍ଶକଙ୍କ ପସନ୍ଦକୁ ଧ୍ୟାନରେ ରଖି 'ଦେ ଦେ ପ୍ୟାର ଦେ' ମେକର୍ସ ଫିଲ୍ମର ଦିତ୍ବୀୟ ଟ୍ରାକ 'ତୁମ ମିଲେ ତୋ ହେ ନା' ରିଲିଜ କରିଦେଇଛନ୍ତି । ଏହି ରୋମାଣ୍ଟିକ ଗୀତରେ ଅଜୟ ଓ ରାକୁଲଙ୍କ ଲଭ କେମେଷ୍ଟ୍ରି ପ୍ରଥମଥର ଦର୍ଶକ ଦେଖିବାକୁ ପାଇଛନ୍ତି ।

ଅଜୟ ଟ୍ବିଟରରେ ଗୀତର ଲିଙ୍କ ସେୟାର କରି କ୍ୟାପସନରେ ଲେଖିଛନ୍ତି, "Tu Mila To Haina, Dekhke Batao Achcha Lagaa To Haina!."

ଫିଲ୍ମର ପ୍ରଥମ ଟ୍ରାକଟି ଏକ ଡାନ୍ସ ନମ୍ବର ୱେଡିଂ ବେସ୍‌ ଗୀତ ଥିବା ବେଳେ ଦ୍ବିତୀୟ ଟ୍ରାକଟିରେ ଅଜୟ ଓ ରାକୁଲଙ୍କ ରୋମାନ୍ସ ସହରର ରାସ୍ତାରେ ଦେଖିବାକୁ ମିଳିଛି ।

ଗୀତଟିକୁ ଅରଜିତ ସିଂହ ଗାଇବା ସହ ଏହାକୁ ଲେଖିଛନ୍ତି କୁନାଲ ବର୍ମା । ସେହିପରି ଗୀତଟିକୁ କମ୍ପୋଜ କରିଛନ୍ତି ଅମାଲ ମଲ୍ଲିକ । ଫିଲ୍ମଟି ମେ 17ରେ ରିଲିଜ ହେବାକୁ ଯାଉଛି ।

ABOUT THE AUTHOR

...view details