ଓଡିଶା

odisha

By

Published : May 19, 2019, 10:31 AM IST

ETV Bharat / sitara

ରାଷ୍ଟ୍ରପତି ଭବନରେ ‘ଦି ତାସକେଣ୍ଟ ଫାଇଲ’ର ସ୍ପେଶାଲ ସ୍କ୍ରିନିଂ

ଦି ତାସକେଣ୍ଟ ଫାଇଲର ଆଜି ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର ସ୍କ୍ରିନିଙ୍ଗ କରାଯିିବ । 1966ରେ କରାଯାଇଥିବା ତାସକେଣ୍ଟ ଚୁକ୍ତି ଉପରେ ନିର୍ମାଣ କରାଯାଇଥିଲା ଫିଲ୍ମ ।

ଫଟୋ ସୌଜନ୍ୟ: ୟୁଟ୍ୟୁବ

ହାଇଦ୍ରାବାଦ: ତାସକେଣ୍ଟ ଚୁକ୍ତି ବାବଦରେ ଓ ଭାରତର ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ତିଆରି କରାଯାଇଥିବା 'ଫିଲ୍ମ ଦି ତାସକେଣ୍ଟ ଫାଇଲ'ର ସ୍ବତନ୍ତ୍ର ସ୍କ୍ରିନିଙ୍ଗ ଆଜି ରାଷ୍ଟ୍ରପତି ଭବନରେ କରାଯିବ । ଏହା ବିଷୟରେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ୟୁଟ୍ୟୁବ

1966 ଜାନୁଆରୀ 10ରେ କରାଯାଇଥିଲା ତାସକେଣ୍ଟ ଚୁକ୍ତି । ଏହାକୁ 22 ଅପ୍ରିଲ 2019ରେ ରିଲିଜ କରାଯାଇଥିଲା । ତେବେ 22 ମେ'ରେ ଅର୍ଥାତ ନିର୍ବାଚନ ଫଳାଫଳ ଗୋଟେ ଦିନ ପୂର୍ବରୁ ବିଜେପି ସାଂସଦ ମିନାକ୍ଷୀ ଲେଖିଙ୍କ ଦ୍ବାରା ଆଉ ଏକ ସ୍କ୍ରିନିଙ୍ଗ ମଧ୍ୟ କରାଯିବ । ତେବେ ଏଥିରେ ଅନ୍ୟ ବିଜେପି ନେତା ମଧ୍ୟ ସାମିଲ ହେବେ ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କି ଅମିତ ଶାହାଙ୍କ ଯୋଗଦାନକୁ ନେଇ କୌଣସି ସୂଚନା ନାହିଁ ।

ତେବେ ଫିଲ୍ମରେ ନସିରୁବ୍ଦିନ ଶାହା, ମିଥୁନ ଚକ୍ରବର୍ତ୍ତୀ ଓ ଶ୍ବେତା ବସୁଙ୍କୁ ମୁଖ୍ୟ ଚରିତ୍ରରେ ଦେଖିବାକୁ ମିଳିବ । ପ୍ରାୟ 5-6କୋଟି ବଜେଟର ଏହି ଫିଲ୍ମ ପାଞ୍ଚ ସପ୍ତାହ ଭିତରେ 17କୋଟିର ବ୍ୟବସାୟ କରିଛି ।

ABOUT THE AUTHOR

...view details