ମୁମ୍ବାଇ: ଭେଟେରାନ୍ ଅଭିନେତା ସତୀଶ ଶାହା ରବିବାର ଦିନ ତାଙ୍କର କରୋନା ନିରାକରଣ ବିଷୟରେ ପ୍ରକାଶ କରିଛନ୍ତି । ଏଥିସହିତ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ସ୍ୱାଭାବିକ କରିଥିବାରୁ ସେ ଡାକ୍ତର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ସତୀଶ ସାରାବାଇ ଭର୍ସେସ ସାରାବାଇ ଏବଂ ୟେ ଜୋ ହେ ଜିନ୍ଦେଗି ଭଳି ଶୋ’ରେ କାମ କରି ବହୁ ଲୋକପ୍ରିୟତା ହାସଲ କରିଛନ୍ତି । ସତୀଶ ଜୁଲାଇ 20 ରେ କରୋନା ସଂକ୍ରମିତ ହୋଇ ଲିଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜୁଲାଇ 28 ରେ ତାଙ୍କୁ ଡିସଚାର୍ଜ କରାଯାଇଥିଲା ।
ସତୀଶ କହିଛନ୍ତି, ଯେତେବେଳେ ମୋର କରୋନା ରିପୋର୍ଟ ପଜିଟିଭ ଆସିଥିଲା ମୁଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲି । ଜୁଲାଇ 28 ରେ ମତେ ଡିସଚାର୍ଜ କରାଯାଇଥିଲା । ମୁଁ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଏଥିସହିତ ମୋର ସ୍ୱାସ୍ଥ୍ୟାବସ୍ଥାକୁ ସ୍ୱାଭାବିକ କରିଥିବାରୁ ଡାକ୍ତର କର୍ମଚାରୀମାନଙ୍କୁ ଧନ୍ୟବାଦ ଜଣାଉଛି । # ଲୀଲାବତୀ ହସ୍ପିଟାଲର ସମସ୍ତ ଡାକ୍ତର କର୍ମଚାରୀଙ୍କୁ ମୁଁ ହୃଦୟରୁ ଧନ୍ୟବାଦ ଜଣାଉଛି ।
ସତୀଶ ଡ୍ରାମା ହମ୍ ଆପକେ ହେନ୍ କନ୍, ହମ୍ ସାଥ୍ ସାଥ୍ ହେ ଏବଂ ଫରାହ ଖାନଙ୍କ ଆକ୍ସନ୍ କମେଡି ମେ ହୁଁ ନା ରେ ଅଭିନୟ କରିଛନ୍ତି ।
ପ୍ରକାଶ ଥାଉ କି,ସତୀଶଙ୍କ ଶେଷ ପରଦାରେ ହିଟ୍ କମେଡି ଶୋ ସାରାବାଇ ଭର୍ସେସ ସାରାବାଇର ଦ୍ୱିତୀୟ ସିଜନ୍ ଥିଲା, ଯାହା 2017 ରେ ପ୍ରିମିୟର୍ ହୋଇଥିଲା ।