ଓଡିଶା

odisha

ETV Bharat / sitara

ସୁସ୍ଥ ହେଲେ ସରୋଜ ଖାନ, ସୂଚନା ଦେଲେ କୁନାଲ - ଲୋକପ୍ରିୟ ଡାନ୍ସ ମାଷ୍ଟର ସରୋଜ ଖାନ ଅସୁସ୍ଥ ଖବର

ସୋସିଆଲ ମିଡିଆରେ ସରୋଜ ଖାନଙ୍କ ସୁସ୍ଥ ହେବା ସୂଚନା ଦେଇ ଚର୍ଚ୍ଚାରେ ନିର୍ମାତା କୁନାଲ କୋହଲି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସରୋଜ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସରୋଜ ଖାନ

By

Published : Jun 24, 2020, 7:47 PM IST

ମୁମ୍ବାଇ: ମଙ୍ଗଳବାର ବଲିଉଡର ଲୋକପ୍ରିୟ ଡାନ୍ସ ମାଷ୍ଟର ସରୋଜ ଖାନ ଅସୁସ୍ଥ ଥିବାରୁ ତାଙ୍କୁ ମୁମ୍ବାଇ ବାନ୍ଦ୍ରାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶ୍ବାସ ଜନିତ ସମସ୍ୟା ଯୋଗୁ ସେ ଅସୁସ୍ଥ ହୋଇଥିଲେ । ସେହିପରି ତାଙ୍କ କୋରୋନା ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିଲା । ଇତିମଧ୍ୟରେ ନିର୍ମାତା କୁନାଲ କୋହଲି ତାଙ୍କ ହେଲ୍ଥ ଅପଡେଟର ସୂଚନା ସୋସିଆଲ ମିଡିଆରେ ଦେଇଛନ୍ତି ।

ଏକ ଟ୍ବିଟ କରି କୁନାଲ ଲେଖିଛନ୍ତି, ‘ମୁଁ ବର୍ତ୍ତମାନ ରାଜୁ ଖାନଙ୍କ ସହ କଥା ହୋଇଛି। ସେ କହିଛନ୍ତି ଯେ ମାଷ୍ଟର ଜି ପୂର୍ବ ଅପେକ୍ଷା ଭଲ ଅନୁଭବ କରୁଛନ୍ତି ଏବଂ ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସୁଛି । ନିଶ୍ବାସ ପ୍ରଶ୍ବାସ ନେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ କୋରୋନା ସଂକ୍ରମିତ ନୁହେଁ । ସେ ବର୍ତ୍ତମାନ ସୁସ୍ଥ ଅଛନ୍ତି । ରାଜୁ ତାଙ୍କ ପ୍ରଶଂସକଙ୍କ ପ୍ରାର୍ଥନା ଏବଂ ପ୍ରେମ ପାଇଁ ଧନ୍ୟବାଦ ଜଣାଇଛନ୍ତି । ଆମେ ଆଶା କରୁଛୁ ମାଷ୍ଟର ଜି ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରିବେ ।’

ପ୍ରକାଶ ଥାଉକି 71 ବର୍ଷିୟ ସରୋଜ ବଲିଉଡର ଫେମସ କୋରିଓଗ୍ରାଫର । ସେ 1983ରେ ଆସିଥିବା ଫିଲ୍ମ ‘ହିରୋ’ରେ କୋରିଓଗ୍ରାଫର କ୍ୟାରିୟର ଆରମ୍ଭ କରିଥିଲେ । ଗତ ବର୍ଷ ରିଲିଜ ହୋଇଥିବା ‘କଲଙ୍କ’ର ଗୋଟିଏ ଗୀତକୁ ସରୋଜ କୋରିଓଗ୍ରାଫ କରିଥିଲେ । ସେ ବଲିଉଡରେ ଏଯାବତ ଅନେକ ଷ୍ଟାର୍ସଙ୍କୁ ଡାନ୍ସ ଶିଖାଇସାରିଛନ୍ତି ।

ABOUT THE AUTHOR

...view details