ମୁମ୍ବାଇ: ସିନେମା ଜଗତରେ ଦୁଇ ଫେମସ ଡାନ୍ସ କୋରିଓଗ୍ରାଫର ସରୋଜ ଖାନ ଓ ଗଣେଶ ଆଚାର୍ଯ୍ୟଙ୍କ ମଧ୍ୟରେ ଏବେ ବାକ୍ ଯୁଦ୍ଧ ଦେଖିବାକୁ ମିଳୁଛି । ସିନେ ଡାନ୍ସର ଆସେସିଏସନ(ସିଡିଏ)ର ସଦସ୍ୟ ଓ ବ୍ରାଣ୍ଡ ଆମ୍ବାସଡର ସରୋଜ, ଗଣେଶଙ୍କ ଉପରେ ଏହି ଅଭିଯୋଗ ଲଗାଇଛନ୍ତି ଯେ ସେ ନିଜ ପଦର ବ୍ୟବହାର କରି ଡାନ୍ସର୍ସଙ୍କୁ ଭ୍ରମିତ କରୁଛନ୍ତି । ଆଉ ସିଡିଏ ଭଳି ପୁରୁଣା ଆସୋସିଏସନର ପ୍ରତିଛବିକୁ ନଷ୍ଟ କରିବା ପାଇଁ ସେ ଅଲ ଇଣ୍ଡିଆ ଫିଲ୍ମ ଟେଲିଭିଜନ ଇଭେଣ୍ଟସ ଡାନ୍ସର ଆସୋସିଏସନ(ଏଆଇଏଫଟିଇଡିଏ)ର ସ୍ଥାପନା କରିଛନ୍ତି ।
ଏହି ପ୍ରସଙ୍ଗ ଉପରେ ସିଡିଏ ଗୁରୁବାର ଏକ ପ୍ରେସ କନଫ୍ରେନ୍ସର ଆୟୋଜନ କରିଥିଲା । ଯେଉଁଥିରେ ସରୋଜ କହିଥିଲେ ଯେ ଗଣେଶ ଏହି ଆସୋସିଏସନକୁ ବାଣ୍ଟିବାକୁ ଚାହୁଁଛନ୍ତି । ଯାହା ଆଦୌ ଠିକ୍ ନୁହେଁ । ଆମେ ଆମ ଡାନ୍ସର୍ସଙ୍କୁ ବହୁତ କଷ୍ଟରେ 4 ଜହାର ଟଙ୍କ ଦେବାରେ ସଫଳ ହୋଇଛୁ । ହେଲେ ସେ ଡାନ୍ସର୍ସଙ୍କୁ 1200 ଟଙ୍କାରୁ ନେଇ 3000 ଟଙ୍କାରେ କାମ କରାଇବାକୁ ବାଧ୍ୟ କରୁଛନ୍ତି ।