ଓଡିଶା

odisha

ETV Bharat / sitara

କାର୍ତ୍ତିକଙ୍କ ପ୍ରେମରେ ପାଗଳ ସାରା! ଦେଖନ୍ତୁ ଭିଡିଓ

ସାରା ଅଲ୍ଲୀ ଖାନ ବଲିଉଡରେ ଡେବ୍ୟୁ କରିବାପରେ ଶାନଦାର ଅଭିନୟକୁ ନେଇ ଯେତିକି ଚର୍ଚ୍ଚାରେ, ପ୍ରେମକୁ ନେଇ ବି ସେତିକି ଚର୍ଚ୍ଚାରେ। ଯେବେଠାରୁ ସାରା କାର୍ତ୍ତିକଙ୍କୁ ତାଙ୍କ କ୍ରଶ କହିଛନ୍ତି, ସେବେଠାରୁ ଉଭୟଙ୍କୁ ନେଇ ଭାଇରାଲ ହେଉଛି ଅନେକ ଫଟୋ ଓ ଭିଡିଓ। ନିକଟରେ ସାରା ନିଜ ସୋସିଆଲ ମିଡିଆରେ ମଧ୍ୟ କାର୍ତ୍ତିକଙ୍କ ସହ ଭିଡିଓ ପୋଷ୍ଟ କରି ଆଗାମୀ ଫିଲ୍ମ 'ଲଭ ଆଜକଲ 2'ର ସୁଟିଂ ସାରିଛନ୍ତି ବୋଲି କହିଛନ୍ତି।

By

Published : Mar 26, 2019, 12:14 PM IST

ଫାଇଲ ଫଟୋ


ମୁମ୍ବାଇ: ବଲିଉଡ ଷ୍ଟାର କାର୍ତ୍ତିକ ଆର୍ଯ୍ୟାନ ଓ ସାରା ଅଲ୍ଲୀ ଖାନଙ୍କ କେମେଷ୍ଟ୍ରିକୁ ନେଇ ସମସ୍ତେ ଉତ୍ସାହିତ। ଉଭୟ ଯେବେବି ଏକାଠି ନଜର ଆସନ୍ତି, ଦର୍ଶକ ତାଙ୍କ ଯୋଡି ଦେଖି ଖୁବ ଖୁସି। ସାରା ଯେବେଠାରୁ କାର୍ତ୍ତିକଙ୍କୁ ନିଜର କ୍ରଶ କହିଛନ୍ତି ସେବେଠାରୁ ଉଭୟଙ୍କୁ ନେଇ ଆରମ୍ଭ ହୋଇଯାଇଛି ଅନେକ ଗସିପ। କିନ୍ତୁ ଏବେ ସୋସିଆଲ ମିଡିଆରେ ଉଭୟଙ୍କର ଗୋଟିଏ ଭିଡିଓ ସାମନାକୁ ଆସିଛି,ଯେଉଁଥିରେ ସାରା ଓ କାର୍ତ୍ତିକ ମଜା କରୁଥିବାର ନଜର ଆସିଛି।

ଭିଡିଓ ସୌଜନ୍ୟ:ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ତେବେ ସାରା ଓ କାର୍ତ୍ତିକ ଏବେ ନିର୍ଦ୍ଦେଶକ ଇମତିଆଜ ଅଲ୍ଲୀଙ୍କ ଫିଲ୍ମ 'ଲଭ ଆଜ କଲ 2'ର ସୁଟିଂରେ ବ୍ୟସ୍ତ। ସୁଟିଂ ସେଟରୁ ପ୍ରାୟ ଫଟୋ ଓ ଭିଡିଓ ଭାଇରାଲ ହୋଇଥିବାବେଳେ ଏବେ ନିଜେ ସାରା ଗୋଟିଏ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓଟି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି। ଭିଡିଓ ପୋଷ୍ଟ କରି ସାରା ଶୀର୍ଷକରେ ଲେଖିଛନ୍ତି, 'ଦିଲ୍ଲୀରେ ମୋର ଗୋଟିଏ ସିଡ୍ୟୁଲ ସୁଟ ସରିଲା।'

ପ୍ରକାଶଥାଉକି, ଫିଲ୍ମ 'ଲଭ ଆଜକଲ 2'ଗୋଟିଏ ପ୍ରେମ କାହାଣୀକୁ ନେଇ ଆଧାରିତ। ଫିଲ୍ମଟି ସୈଫ ଅଲ୍ଲୀ ଖାନ ଓ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ 'ଲଭ ଆଜକଲ'ର ସିକ୍ବେଲ। ଉଭୟଙ୍କ ଯୋଡି ପ୍ରଥମଥର ପାଇଁ ଆସୁଥିବାରୁ ଏହା ବକ୍ସଅଫିସରେ କମାଲ କରିବ ବୋଲି ସମସ୍ତଙ୍କ ଆଶା ଓ ବିଶ୍ବାସ।

For All Latest Updates

ABOUT THE AUTHOR

...view details