ନୂଆଦିଲ୍ଲୀ:ପଟୌଦି ସାରା ଅଲ୍ଲୀ ଖାନ ବର୍ତ୍ତମାନ ଲଦାଖରେ ଛୁଟି କାଟୁଛନ୍ତି । ସାଥୀରେ ଅଛନ୍ତି ଆକ୍ଟର ରାଧିକା ମଦାନ ଓ ମ୍ୟୁଜିସିଆନ ଜସଲିନ ରୟାଲ । ଏହି କେଦାରନାଥ ଷ୍ଟାର ଲଦାଖରେ ଏକ ଶାନ୍ତିପୂର୍ଣ୍ଣ ଛୁଟି କାଟୁଥିବାବେଳେ ବୁଦ୍ଧ ଧର୍ମାବଲମ୍ବୀ ମଠରେ ଧ୍ୟାନ କରୁଥିବା ଦେଖିବାକୁ ମିଳିଛି । ଶନିବାର ଏହି ଟ୍ରିପର ଫଟୋ ଓ ଭିଡ଼ିଓ କ୍ଲିପକୁ ସାରା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟରେ କରିଛନ୍ତି ।
ସାରା ସେୟାର କରିଥିବା ପ୍ରଥମ ପୋଷ୍ଟରେ ସେ ସୂର୍ଯ୍ୟାସ୍ତ ସମୟରେ ଧ୍ୟାନରେ ବସିଥିବା ଫଟୋ ରହିଛି । ଅନ୍ୟ ଏକ ଫଟୋରେ ଏହି ଲଭ ଆଜ କଲ ଷ୍ଟାର ସ୍ବିଙ୍ଗ ଚେୟାରରେ ବସି ହାତରେ ଗରମ ମୃଦୁ ପାନୀୟ ଧରିଥିବା ଦେଖିବାକୁ ମିଳିଛି । ଏହି ଫଟୋରେ ସାରାଙ୍କ ବ୍ୟାକଗ୍ରାଉଣ୍ଡ ସିନେରୀ ଅତ୍ୟନ୍ତ ମନୋରମ ରହିଛି । ସାରା ସେୟାର କରିଥିବା ଭିଡ଼ିଓ କ୍ଲିପରେ ସେ ଏକ ଶାନ୍ତ ପରିବେଶରେ ଧ୍ୟାନ କରୁଥିବାବେଳେ ଖୁବ ଶାନ୍ତିପୂର୍ଣ୍ଣ ମଧ୍ୟ ଦେଖାଯାଉଛନ୍ତି ।