ନୂଆଦିଲ୍ଲୀ: ଏବେ ବଲିଉଡ ଅଭିନେତ୍ରୀ ସାରା ଅଲି ଖାନ ନିଜ ପରିବାର ସହିତ ମାଳଦ୍ବୀପରେ ଛୁଟି ଉପଭୋଗ କରୁଛନ୍ତି । ଯାହାର କିଛି ଫଟୋ ସେ ନିଜ ପ୍ରଶଂସକଙ୍କ ସହ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।
ନିକଟରେ ସାରା ଇନଷ୍ଟାଗ୍ରାମରେ ଏକ ନୂତନ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ଦଉଡି ସାହାଯ୍ୟରେ ଝୁଲୁଥିବା ଅବସ୍ଥାରେ ଯୋଗ କରୁଥିବାର ନଜର ଆସିଛନ୍ତି । ତେବେ ସାରା ଫିଟ୍ ରହିବା ପାଇଁ ଏମିତି ଯୋଗ କରିଥିବାର କୁହାଯାଉଛି ।
ବର୍ତ୍ତମାନ ସାରାଙ୍କ ଏହି ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି ।