ନୂଆଦିଲ୍ଲୀ: ଅଭିନେତ୍ରୀ ସାରା ଅଲି ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ଲକଡାଉନରେ ସେ ତାଙ୍କ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସର୍ବଦା ନିଜର ଫଟୋ ଏବଂ ଭିଡିଓ ପ୍ରାୟତଃ ସେୟାର କରିଥାନ୍ତି ।
ନିକଟରେ ସାରା ମାଆ ତଥା ଅଭିନେତ୍ରୀ ଅମୃତା ସିଂଙ୍କ ଏକ ଥ୍ରୋ ବ୍ୟାକ୍ ଫଟୋ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରଛନ୍ତି । ଏହି ଫଟୋରେ ଅମୃତା ଧଳା ରଙ୍ଗର ପୋଷାକ ସହିତ ଧଳା ମୋତିର କାନଫୁଲ ପିନ୍ଧିଥିବାର ନଜର ଆସିଛନ୍ତି । ଫଟୋରେ ଅମୃତା ବହୁତ ସୁନ୍ଦର ଦେଖାଯାଉଛନ୍ତି ।
ଫଟୋର କ୍ୟାପସନରେ ସାରା ଲେଖିଛନ୍ତି, # ଚ୍ୟାଲେଞ୍ଜ୍ ଆସେପଟେଡ । # ଟ୍ରୁ ଟ୍ରାଡିସନ୍ # ଇନ୍ସପିରେସନ ।