ଓଡିଶା

odisha

ETV Bharat / sitara

ଭାଇରାଲ ହେଲା ସାରାଙ୍କ ଭିଡିଓ - ସାରାଙ୍କ ଭିଡିଓ

'ସିମ୍ବା' ଅଭିନେତ୍ରୀ ସାରା ଅଲି ଖାନ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି । ଏହି ଭିଡିଓରେ ସାରାଙ୍କ ମା ଅମୃତା ସିଂ ଏବଂ ଭାଇ ଇବ୍ରାହିମ ଅଲି ଖାନ ଏକ ଗେମ ଖେଳିଛନ୍ତି ଏବଂ କହିଛନ୍ତି ଯେ, ଘରେ ସବୁଠାରୁ ଶକ୍ତିଶାଳୀ ହେଉଛନ୍ତି ସାରା । ସାରାଙ୍କ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି । ଆହୁରି ପଢନ୍ତୁ...

sara ali khan question game with mother amrita singh and ebrahim  ali khan
ଭାଇରାଲ ହେଲା ସାରାଙ୍କ ଭିଡିଓ

By

Published : Apr 18, 2020, 6:31 AM IST

ମୁମ୍ବାଇ: ଲକଡାଉନରେ ଦେଶ । ଏହି ଲକଡାଉନ ସମୟରେ ସମସ୍ତ ବଲିଉଡ ସେଲିବ୍ରିଟିମାନେ ତାଙ୍କ ପରିବାର ସହିତ ସମୟ ବିତାଉଛନ୍ତି । ଏହି ସମୟରେ ଲଭ ଆଜ କଲ 2ର ଅଭିନେତ୍ରୀ ସାରା ଅଲି ଖାନ ତାଙ୍କ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି ।

ଭାଇରାଲ ହେଲା ସାରାଙ୍କ ଭିଡିଓ

ସାରାଙ୍କ ଏହି ଭିଡିଓରେ ସାରାଙ୍କ ମା ଅମୃତା ସିଂ ଏବଂ ଭାଇ ଇବ୍ରାହିମ ଅଲି ଖାନ ଏକ ଗେମ ଖେଳିଛନ୍ତି । ଖେଳ ଖେଳର ସାରାଙ୍କୁ ଘରର ସବୁଠାରୁ ଶକ୍ତିଶାଳୀ କହିଥିଲେ ମାଆ ଓ ଭାଇ । ସାରାଙ୍କ ଏହି ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି ।

ସାରାଙ୍କ ଏହି ଭିଡିଓଟି ଅତ୍ୟନ୍ତ ମଜାଳିଆ ଥିଲା । ଏହି ଗେମ ଖେଳିବାର ଉପାୟ ହେଉଛି ଏକାଠି ବସିଥିବା ଲୋକମାନଙ୍କୁ ସମାନ ପ୍ରଶ୍ନ ପଚରାଯାଏ । ଏହାପରେ ଏକାସହ ଉତ୍ତର ଦିଆଯାଇଥାଏ । ଯେଉଁଥିରେ ଅନେକ ଥର ଉତ୍ତର ମେଳ ହୁଏ ତ ଏବଂ ଅନେକ ଥର ଉତ୍ତର ମେଳ ଖାଏ ନାହିଁ ।

ଏହି ଭିଡିଓରେ ସାରା ଅଲି ଖାନ ଲେଖିଛନ୍ତି ଯେ, ଆମେ ସମସ୍ତେ ଗୋଟିଏ କଥାରେ ସହମତ ହୋଇପାରିବା "ସିଂ ଇଜ କିଙ୍ଗ" । ସାରାଙ୍କ ପ୍ରଶଂସକମାନେ ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି ।

ନିକଟରେ ସାରା କୁଲି ନଂ1 ଫିଲ୍ମରେ ନଜର ଆସିବେ । ଏହି ଫିଲ୍ମରେ ସାରାଙ୍କ ସହ ଅଭିନେତା ବରୁଣ ଧୱନ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି । ସାରା ଏପର୍ଯ୍ୟନ୍ତ ତାଙ୍କ କ୍ୟାରିୟରରେ ମୋଟ ତିନୋଟି ଫିଲ୍ମ କରିଛନ୍ତି। ତାଙ୍କର ପ୍ରଥମ ଫିଲ୍ମ ଥିଲା କେଦାରନାଥ । ଦ୍ୱିତୀୟ ଫିଲ୍ମ ଥିଲା ସିମ୍ବା । ତୃତୀୟ ଫିଲ୍ମ ଥିଲା ଲଭ ଆଜ କଲ 2 ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details