ଓଡିଶା

odisha

By

Published : Mar 31, 2020, 3:49 PM IST

ETV Bharat / sitara

କୋରୋନା ସହାୟତା: ସହଯୋଗର ହାତ ବଢାଇଲେ ନୱାବଙ୍କ ଲାଡଲୀ

‘ଲଭ ଆଜକଲ’ ଫେମ ସାରା ଅଲ୍ଲୀ ଖାନ ପ୍ରଥମ ଏମିତି ଷ୍ଟାରକିଡ ଯିଏ କୋରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବାକୁ ସାମ୍ନାକୁ ବାହାରିଛନ୍ତି।

sara ali khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ମୁମ୍ବାଇ: କୋରୋନା ଭାଇରସକୁ ନେଇ ସମସ୍ତଙ୍କ ମନରେ ଆତଙ୍କ। ଦେଶକୁ ବଞ୍ଚାଇବା ପାଇଁ ଅନେକ ସେଲିବ୍ରିଟି ଯାହା ସମ୍ଭବ ତାହା କରିବାରେ ଲାଗିଛନ୍ତି । ସବୁ ସେଲିବ୍ରିଟି ନିଜ ନିଜ ତରଫରୁ ଧନରାଶି ଦାନ କରୁଛନ୍ତି । ଏହି କ୍ରମରେ ପ୍ରଥମଥର ଜଣେ ଷ୍ଟାରକିଡଙ୍କ ନାମ ସାମିଲ ହୋଇଛି। ସେ ଦାନ ଦେବାକୁ ଘୋଷଣା କରିଛନ୍ତି।

ସେ ଆଉ କେହି ନୁହେଁ ସେ ହେଲେ ବି-ଟାଉନର ଚୁଲବୁଲି ଅଭିନେତ୍ରୀ ତଥା ସୈଫ ଅଲ୍ଲୀ ଖାନଙ୍କ ଲାଡଲୀ ସାରା ଅଲ୍ଲୀ ଖାନ। ସେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୁଁ ପ୍ରତିଜ୍ଞା ନେଉଛି ପିଏମ କେୟାର୍ସ ଫଣ୍ଡ ଓ ମହାରାଷ୍ଟ୍ର ସିଏମ ରିଲିଫ ଫଣ୍ଡକୁ ଦାନ କରିବି। ମୁଁ ଅନ୍ୟ ଲୋକଙ୍କୁ ମଧ୍ୟ କହିବେ କି ସେମାନେ ମଧ୍ୟ ଦାନ କରନ୍ତୁ। ଯାହାଦ୍ବାରା ଆମେ ଏହି ଲଢେଇରେ ବିଜୟ ହାସିଲ କରିପାରିବା।’

ସେହିପରି ସେ ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ‘ସମୟ ଆସିଯାଇଛି କାମ କରିବାର। ଘରେ ରହୁନ୍ତୁ ଏବଂ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରନ୍ତୁ।’

ABOUT THE AUTHOR

...view details