ଓଡିଶା

odisha

By

Published : Apr 25, 2020, 9:37 PM IST

ETV Bharat / sitara

ଲକଡାଉନରେ ଭାଇଙ୍କ ସହ ମସ୍ତି କରୁଛନ୍ତି ସାରା

ସୋସିଆଲ ମିଡିଆରେ ଭାଇରାଲ ହୋଇଛି ସାରା ଅଲ୍ଲୀ ଖାନ ଓ ଇବ୍ରାହମ ଖାନଙ୍କ ନୂଆ ଭିଡିଓ । ଲକଡାଉନରେ ଘରେ ମସ୍ତି କରୁଛନ୍ତି ଭାଇ-ଭଉଣୀ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସାରା ଅଲ୍ଲୀ ଖାନ

ମୁମ୍ବାଇ: ଲକଡାଉନର ଭରପୁର ମଜା ଉଠାଉଛନ୍ତି ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ । ମଝିରେ ମଝିରେ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ସଚେତନ ବାର୍ତ୍ତା ଦେଉଥିବା ବେଳେ ଆଉ କେବେ କେବେ ମସ୍ତିଭରା ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଖୁବ୍ ହସାଉଛନ୍ତି । ଏଥର ସେ ଭାଇ ଇବ୍ରାହିମଙ୍କ ସହ ଦୁଇଟି ମସ୍ତିଭରା ଭିଡିଓ ସେୟାର କରିଛନ୍ତି ।

ଇନଷ୍ଟାଗ୍ରାମରେ ଯେଉଁ ଭିଡିଓ ସେ ସେୟାର କରିଛନ୍ତି ସେଥିରେ କହୁଛନ୍ତି, ‘ନକ ନକ । ତାଙ୍କ ଏହି କଥାରେ ଇବ୍ରାହିମ କହୁଛନ୍ତି ହୁ(who) ଜବାବରେ ସାରା କହୁଛନ୍ତି, ଟ୍ୟାଙ୍କ(tank) । ସାରାଙ୍କ କଥା ଶୁଣି ଇବ୍ରାହିମ ପୁଣି ଥରେ କହୁଛନ୍ତି ଟ୍ୟାଙ୍କ ହୁ । ଏହାପରେ ସାରା ଖୁବ ଜୋର ହସି ୱେଲକମ କହୁଛନ୍ତି ।

ସେହିପରି ଦ୍ବିତୀୟ ଭିଡିଓରେ ମଧ୍ୟ ଭାଇ-ଭଉଣୀଙ୍କ ନୋକ-ଝୋଖ ଦେଖିବାକୁ ମିଳୁଛି । ଯାହା ଭିଡିଓରେ ଆପଣ ଦେଖିପାରିବେ ।

ପ୍ରକାଶ ଥାଉକି ସୋସିଆଲ ମିଡିଆରେ ସାରାଙ୍କ ଫ୍ୟାନ ଫଲୋୱଂ ଭଳି ଇବ୍ରାହମଙ୍କ ଫ୍ୟାନ ଫଲୋୱଂ ମଧ୍ୟ ଅଧିକା । ପ୍ରାୟତଃ ଇବ୍ରାହମଙ୍କ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ ।

ABOUT THE AUTHOR

...view details