ନୂଆଦିଲ୍ଲୀ: ଚୁଲବୁଲି ଅଭିନେତ୍ରୀ ସାରା ଅଲ୍ଲୀ ଖାନ ଫିଲ୍ମ ବ୍ୟତୀତ ସୋସିଆଲ ମିଡିଆରେ ମଧ୍ୟ ଫ୍ୟାନ୍ସଙ୍କୁ ଖୁବ୍ ମନୋରଞ୍ଜନ କରନ୍ତି । ସେ ପ୍ରାୟତଃ ନିଜର ଫଟୋ, ମଜାଦାର ଭିଡିଓ ସେୟାର କରି ସମସ୍ତଙ୍କ ମନ କିଣନ୍ତି । ଇତିମଧ୍ୟରେ ନିକଟରେ ସେ ପ୍ରଶଂସକଙ୍କ ସହ ତାଙ୍କର ଫଟୋସୁଟର କିଛି ଫଟୋ ସେୟାର କରିଛନ୍ତି।
ଫଟୋ ଅପୋକ୍ଷା ସାରାଙ୍କ କ୍ୟାପସନ୍ ପ୍ରଶଂସକଙ୍କ ବେଶ ଦୃଷ୍ଟି ଆକର୍ଷଣ କରିଛି ।
ଏହି ଫଟୋଗୁଡ଼ିକରେ ସାରା ଫ୍ୟାଶନ୍ ଡିଜାଇନର୍ ମନୀଷ ମଲହୋତ୍ରାଙ୍କ ଦ୍ବାରା ଡିଜାଇନ ହୋଇଥିବା ମେରୁନ୍ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି । ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଇଛନ୍ତି । ଏହା ସହିତ ସେ ବହୁ ଅଳଙ୍କାର ମଧ୍ୟ ପିନ୍ଧିଛନ୍ତି ।