ଓଡିଶା

odisha

By

Published : Dec 29, 2020, 9:37 AM IST

ETV Bharat / sitara

କାର୍ତ୍ତିକଙ୍କ ନାଁ ଭୁଲି ଗଲେଣି ସାରା

କାର୍ତ୍ତିକଙ୍କୁ କଣ ସତରେ ଭୁଲି ଗଲେଣି ସାରା । ଆଶ୍ଚର୍ଯ୍ୟକର ଷ୍ଟେଟଣେଣ୍ଟ ଦେଇ ସମସ୍ତଙ୍କୁ ଚିନ୍ତାରେ ପକାଇଦେଇଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: କ୍ୟୁଟ ଆକ୍ଟର କାର୍ତ୍ତିକ ଆର୍ୟନଙ୍କୁ ନେଇ ଆଶ୍ଚର୍ଯ୍ୟକର କଥା କହିଲେ ସାରା ଅଲ୍ଲୀ ଖାନ । ତାଙ୍କ ଜୀବନରେ କାର୍ତ୍ତିକଙ୍କ ନାମ ପରମାଣ୍ଟେଟଲି ହଟିଯାଇଛି ବୋଲି ଜଣାଇ ବର୍ତ୍ତମାନ ସେ ଚର୍ଚ୍ଚାରେ । କପିଲ ଶର୍ମାଙ୍କ ଶୋରେ ନିଜ ଅଭିନୀତ ଫିଲ୍ମ ‘କୁଲି ନଂ 1’ର ପ୍ରମୋଶନ ପାଇଁ ବରୁଣ ଧୱନଙ୍କ ସହ ପହଞ୍ଚିଥିଲେ ସେ । ଆଉ ଶୋରେ କାର୍ତ୍ତିକଙ୍କୁ ନେଇ ଏମିତି କହିଥିଲେ ସାରା । ଯାହାର ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ ହେଉଛି ।

ପ୍ରକାଶ ଥାଉକି ନିର୍ମାତା କରନ ଜୋହରଙ୍କ ଟକ ଶୋରେ ଯେବେଠୁ ସାରା, କାର୍ତ୍ତିକଙ୍କୁ ନିଜର କ୍ରଶ୍ କହିଥିଲେ ସେହି ସମୟଠୁ ଦୁଇଜଣଙ୍କୁ ସବୁବେଳେ ଏକାଠି ଦେଖିବାକୁ ଫ୍ୟାନ୍ସ ସ୍ଥିର କରିସାରିଥିଲେ । ଦୁଇଜଣଙ୍କ ସାକ୍ଷାତ ପ୍ରଥମେ ରଣବୀର ସିଂ କରାଇଥିଲା ଆଉ ପରେ ଇମତିଆଜ ଅଲ୍ଲୀ ନିଜ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଲଭ ଆଜକଲ’ରେ ଏହି ଯୋଡିକୁ କାଷ୍ଟ କରି ସମସ୍ତଙ୍କୁ ସରପ୍ରାଇଜ ଦେଇଥିଲେ । ଯାହାପରଠୁ ଆରମ୍ଭ ହୋଇଥିଲା ଦୁଇଜଣଙ୍କ ରୋମାନ୍ସ । ହେଲେ ହଠାତ୍ ପରସ୍ପରକୁ ସୋସିଆଲ ମିଡିଆରେ ଅନଫଲୋ କରିଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ ପକାଇଦେଇଥିଲେ ଏହି ଯୋଡି । ଏହାପରେ ଶୁଣିବାକୁ ମିଳିଥିଲା ଦୁଇଜଣଙ୍କ ବ୍ରେକଅପ କଥା ।

ଆଉ ଏବେ ସାରାଙ୍କ ଏହି ଷ୍ଟେଟମେଣ୍ଟରୁ ସ୍ପଷ୍ଟ ହୋଇଯାଇଛି ଯେ ସେ ଆଉ ନିଜ ଜୀବନରେ କାର୍ତ୍ତିକଙ୍କୁ ରଖିବାକୁ ଚାହୁଁନାହାଁନ୍ତି ।

ABOUT THE AUTHOR

...view details