ମୁମ୍ବାଇ: ସୁପରଷ୍ଟାର ରଣବୀର ସିଂ ଓ ଦୀପିକା ପାଦୁକୋନ ବିବାହ ପରେ ପ୍ରଥମଥର ଏକାଠି ଫିଲ୍ମ ‘83’ରେ ନଜର ଆସିବେ । ଯାହା ସୁଟିଂ ସୋମବାର ଶେଷ କରିଥିଲେ ‘83’ ଷ୍ଟାର-କାଷ୍ଟ । ଇତିମଧ୍ୟରେ ଅଭିନେତା ସାକିବ ସଲୀମ କିନ୍ତୁ ଫିଲ୍ମକୁ ନେଇ ଇମୋଶନାଲ ହୋଇଯାଇଛନ୍ତି । ସେ ‘83’ ସୁଟିଂ ଶେଷ କରିବାରେ ପରେ ଭାବୁକ ନଜର ଆସିଛନ୍ତି । କବୀର ଖାନଙ୍କ ନିର୍ଦ୍ଦେଶନାରେ ନିର୍ମାଣ ହୋଇଥିବା ‘83’ ଫିଲ୍ମ ସାକିବଙ୍କ ପାଇଁ ଡ୍ରିମ ପ୍ରୋଜେକ୍ଟ ଠାରୁ କମ ନୁହେଁ । ତେବେ ଫିଲ୍ମ ସୁଟିଂ ସରିଯିବାରୁ ସେ ଦୁଃଖ ଅନୁଭବ କରୁଛନ୍ତି ।
କାରଣ ଟିମ ରୂପେ ସେ ଫିଲ୍ମ 83 କଳାକାରଙ୍କ ସହ ଅନେକ ସମୟ ବିତାଇଥିଲେ । ଯାହାଦ୍ବାରା ସେ ନୂଆ ନୂଆ ଜିନିଷ ଶିଖିପାରିଥିଲେ । ଯେକୌଣସି ଫିଲ୍ମ ସୁଟିଂ ଶେଷ କଲା ପରେ ଦୁଃଖ ତ ନିହାତି ଲାଗିଥାଏ । କିନ୍ତୁ 83 ଫିଲ୍ମରେ କିଛି ଖାସ୍ ବଣ୍ଡିଂ ରହିଥିଲା ବୋଲି ଏକ ସାକ୍ଷାତକାରେ କହିଥିଲେ ସାକିବ ।