ମୁମ୍ବାଇ: ନିଜ ଦେଶୀ ଅନ୍ଦାଜ ଜରିଆରେ ଦର୍ଶକଙ୍କୁ ମୋହିତ କରୁଥିବା ହରିୟାଣାର ଫେମସ ଡାନ୍ସିଂ କୁଇନ ସପନା ଚୌଧୁରୀ ବର୍ତ୍ତମାନ ଚର୍ଚ୍ଚାରେ । ଏବେ ତାଙ୍କର ଏକ ପୁରୁଣା ଷ୍ଟେଜ ଶୋର ଭିଡିଓ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । ଏହି ଭିଡିଓରେ ସପନାଙ୍କ ଡାନ୍ସ ଦେଖିବା ପାଇଁ ଲକ୍ଷାଧିକ ଲୋକଙ୍କ ଭିଡ ଜମିଥିବାର ଦେଖିବାକୁ ମିଳୁଛି ।
ୟୁଟ୍ୟୁବରେ ସପନାଙ୍କ ଯାଦୁ, 1 କୋଟି ପାର କଲା ଭିଡିଓ - ହରିୟାଣାର ଫେମସ ଡାନ୍ସିଂ କୁଇନ ସପନା ଚୌଧୁରୀ ନ୍ୟୁଜ
ପୁଣିଥରେ ନିଜ ଥ୍ରୋବ୍ୟାକ ଭିଡିଓକୁ ନେଇ ଚର୍ଚ୍ଚାରେ ସପନା । ୟୁଟ୍ୟୁବରେ ଦେଖିବାକୁ ମିଳୁଛି ତାଙ୍କ ଯ।ଦୁ ।
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସପନା ଚୌଧୁରୀ
ଏହି ଷ୍ଟେଜ ଶୋରେ ସପନା ନିଜର ଫେମସ ହରିୟାଣା ଗୀତ ‘ବନ୍ଧୁକ ଚଲେଗି’ରେ ଜବରଦସ୍ତ ଡାନ୍ସ କରୁଥିବାର ଦେଖାଯାଉଛନ୍ତି । ବର୍ତ୍ତମାନ ୟୁଟ୍ୟୁବରେ ଏହି ଭିଡିଓର ଯାଦୁ ଛାଇଯାଇଛି । ସେହିପରି 1 କୋଟିରୁ ଅଧିକ ଭ୍ୟୁଜ ଏହି ଭିଡିଓକୁ ମିଳିସାରିଲାଣି ।
ପ୍ରକାଶ ଥାଉକି ଲକଡାଉନ ସମୟରେ ସପନାଙ୍କ ଭିଡିଓର ସର୍ଚ୍ଚିଂ ଦୁଇ ଗୁଣ ବଢିଯାଇଛି । କାରଣ କୋରୋନା ଭାଇରସ ପାଇଁ ସପନା ଏବେ ଷ୍ଟେଜ ଶୋ କରିପାରୁନାହାଁନ୍ତି । ଏଥି ନିମନ୍ତେ ଦର୍ଶକ ୟୁଟ୍ୟୁବରେ ତାଙ୍କ ଭିଡିଓ ସର୍ଚ୍ଚ କରି ଦେଖିବାରେ ଲାଗିଛନ୍ତି ।