ଓଡିଶା

odisha

ETV Bharat / sitara

ଆସୁଛି The Great Indian Kitchenର ହିନ୍ଦୀ ରିମେକ - ଅଭିନେତ୍ରୀ ସାନିଆ ମଲହୋତ୍ରା

ଅଭିନେତ୍ରୀ ସାନିଆ ମଲହୋତ୍ରା ମାଲାୟାଲମ୍ ଚଳଚ୍ଚିତ୍ର ଦ ଗ୍ରେଟ୍ ଇଣ୍ଡିଆନ୍ କିଚେନର ହିନ୍ଦୀ ରିମେକ୍ ପାଇଁ ନିର୍ମାତା ହରମନ ବାୱେଜାଙ୍କ ସହ ହାତ ମିଶାଇଛନ୍ତି। ଜିଓ ବେବିଙ୍କ ଦ୍ବାରା ଲିଖିତ ତଥା ନିର୍ଦ୍ଦେଶିତ ଦି ଗ୍ରେଟ୍ ଇଣ୍ଡିଆନ୍ କିଚେନ ଏକ ମାଲାୟାଲମ୍ ଭାଷା ନାଟକ ଚଳଚ୍ଚିତ୍ର । ଅଧିକ ପଢନ୍ତୁ

The Great Indian Kitchenର ହିନ୍ଦୀ ରିମେକରେ ଅଭିନୟ କରିବେ ଦଙ୍ଗଲ ଗର୍ଲ
The Great Indian Kitchenର ହିନ୍ଦୀ ରିମେକରେ ଅଭିନୟ କରିବେ ଦଙ୍ଗଲ ଗର୍ଲ

By

Published : Feb 23, 2022, 3:20 PM IST

ହାଇଦ୍ରାବାଦ: ଅଭିନେତ୍ରୀ ସାନିଆ ମଲହୋତ୍ରା ମାଲାୟାଲମ୍ ଚଳଚ୍ଚିତ୍ର 'ଦ ଗ୍ରେଟ୍ ଇଣ୍ଡିଆନ୍ କିଚେନର ହିନ୍ଦୀ ରିମେକ୍ ପାଇଁ ନିର୍ମାତା ହରମନ ବାୱେଜାଙ୍କ ସହ ହାତ ମିଳାଇଛନ୍ତି। ଜିଓ ବେବିଙ୍କ ଦ୍ବାରା ଲିଖିତ ତଥା ନିର୍ଦ୍ଦେଶିତ 'ଦି ଗ୍ରେଟ୍ ଇଣ୍ଡିଆନ୍ କିଚେନ୍' ଏକ ମାଲାୟାଲମ୍ ଭାଷା ନାଟକ ଚଳଚ୍ଚିତ୍ର । ଏହି ଚଳଚ୍ଚିତ୍ରରେ ଜଣେ ନବ ବିବାହିତା ମହିଳାଙ୍କ କାହାଣୀ ରହିଛି, ଯିଏ ଜଣେ ଭଲ ପତ୍ନୀ ହେବାକୁ ସଂଘର୍ଷ କରନ୍ତି, ତାଙ୍କ ସ୍ବାମୀ ଏବଂ ପରିବାର ତାଙ୍କ ଠାରୁ ଯାହା ଆଶା କରନ୍ତି, ତାହା ପୂରଣ କରିବା ସେ ଇଚ୍ଛା ରଖନ୍ତି ।

ନିଜର ଉତ୍ସାହ ସେୟାର କରି ସାନିଆ କହିଛନ୍ତି ଯେ, ଜଣେ କଳାକାର ଭାବରେ ମୁଁ 'ଦି ଗ୍ରେଟ୍ ଇଣ୍ଡିଆନ୍ କିଚେନ୍' ସହିତ ଜଡିତ ହୋଇ ଖୁସି ଅଛି, ମୋର ଭୂମିକା ଉପରେ କାମ ଆରମ୍ଭ କରିବାକୁ ମୁଁ ଉତ୍ସାହିତ। ବାୱେଜା କହିଛନ୍ତି ଯେ ଦ ଗ୍ରେଟ୍ ଇଣ୍ଡିଆନ୍ କିଚେନ୍ ସହିତ ଏକ ରହସ୍ୟମୟ ସଂଲଗ୍ନ ହୋଇଛି, ମୁଁ ଦର୍ଶକଙ୍କ ପାଇଁ ଚିତ୍ତାକର୍ଷକ ଏବଂ ବିଷୟବସ୍ତୁ ସଂଚାଳିତ ଡ୍ରାମା ମଧ୍ୟରେ ସଠିକ୍ ସନ୍ତୁଳନ ସୃଷ୍ଟି କରିବାକୁ ଚାହୁଁଛି ।

ଚଳଚ୍ଚିତ୍ର ନିର୍ମାତା ଆରତୀ କଦବ କହିଛନ୍ତି ଯେ ସେ ହରମନ ଏବଂ ସାନିଆଙ୍କ ସହ କାମ କରିବାକୁ ଉତ୍ସୁକ ଅଛି ଏବଂ ମୁଁ ଏହି ଚଳଚ୍ଚିତ୍ରରେ ମୋର ସ୍ବର ଦେବାକୁ ପ୍ରସ୍ତୁତ ଅଛି। ବାୱେଜା ଷ୍ଟୁଡିଓ ନିର୍ମାତା ଭିକି ବାହ୍ରି କହିଛନ୍ତି, ଦ ଗ୍ରେଟ୍ ଇଣ୍ଡିଆନ୍ କିଚେନ୍ ଏକ ରୋମାଞ୍ଚକର ରିମେକ୍। ଆମେ ଶୀଘ୍ର ଫ୍ଲୋରକୁ ଯିବାକୁ ପ୍ରସ୍ତୁତ ହେଉଛୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details