ଓଡିଶା

odisha

ETV Bharat / sitara

ସୁଶାନ୍ତ ମାମଲାରେ ମୁମ୍ବାଇ ପୋଲିସକୁ ମାନସିକ ବିକାରଗ୍ରସ୍ତ କହିଲେ କଂଗ୍ରେସ ନେତା

ଧିରେ ଧିରେ କରି ସୁଶାନ୍ତଙ୍କ ମାମଲାରେ ସାମିଲ ହେଲେଣି ଅନେକ ନେତା । ପାଟନା ଏସପି ବିନୟ ତିୱାରୀଙ୍କ କ୍ବାରେଣ୍ଟାଇନ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ସଞ୍ଜୟ।

By

Published : Aug 3, 2020, 8:25 PM IST

ଫଟୋ ସୌଜନ୍ୟ: ଟ୍ବିଟର
ଫଟୋ ସୌଜନ୍ୟ: ଟ୍ବିଟର

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ଯାଞ୍ଚ କରିବାକୁ ବିହାରରୁ ମୁମ୍ବାଇ ପହଞ୍ଚିଥିବା ପାଟନା ଏସପି ସିଟି ବିନୟ ତିୱାରୀଙ୍କୁ ଜବରଦସ୍ତ ବିଏମସି କ୍ବାରେଣ୍ଟାଇନ କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସବୁ ମହଲରେ ଚର୍ଚ୍ଚା । ଏହି ଘଟଣାର ନିନ୍ଦା କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଆଉ ଏବେ କଂଗ୍ରେସ ନେତା ସଞ୍ଜୟ ନିରୁପମ ମଧ୍ୟ ଟ୍ବିଟ କରି ମୁମ୍ବାଇ ପୋଲସିକୁ ଟାର୍ଗେଟ କରିଛନ୍ତି ।

ସେ ଟ୍ବିଟ କରି ଲେଖିଛନ୍ତି, ‘ମୁମ୍ବାଇ ପୋଲିସର ମାନସିକ ସ୍ଥିତି ଦୋହଲି ଯାଇଛି । ସୁଶାନ୍ତଙ୍କ ମାମଲାରେ ଯାଞ୍ଚ କରିବାକୁ ଯାଉଥିବା ଏସପି ବିନୟ ତିୱାରୀଙ୍କୁ ଅଗଷ୍ଟ 15 ପର୍ଯ୍ୟନ୍ତ କ୍ବାରେଣ୍ଟାଇନ କରାଯାଇଛି । ତାହାଲେ ଯାଞ୍ଚ କିପରି ହେବ । ମୁଖ୍ୟମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ । ଆଉ ବିନୟଙ୍କୁ ରିଲିଜ କରି ଆଗାମୀ ତଦନ୍ତ କରିବାକୁ ସାହାଯ୍ୟ କରନ୍ତୁ । ନହେଲେ ମୁମ୍ବାଇ ପୋଲିସ ଉପରେ ସନ୍ଦେହ ଆହୁରି ବଢିବ ।’

ପ୍ରକାଶ ଥାଉକି ବିହାର ଡିଜିପି ଗୁପ୍ତେଶ୍ବର ପାଣ୍ଡେ ଟ୍ବିଟରରେ ଏହାର ସୂଚନା ଦେଇ ଲେଖିଥିଲେ, ‘ଅଗଷ୍ଟ 2ତାରିଖ ଦିନ ଆଇପିଏସ ବିନୟ ତିୱାରୀ ସରକାରୀ ଡ୍ୟୁଟିରେ ପାଟନାରୁ ମୁମ୍ବାଇରେ ପହଞ୍ଚିଥିଲେ। କିନ୍ତୁ ରବିବାର ରାତି 11 ଟା ସମୟରେ ବିଏମସି ଅଧିକାରୀମାନେ ତାଙ୍କୁ ଜୋରଜବରଦୋସ୍ତ କ୍ବାରେଣ୍ଟାଇନ କରିଥିଲେ।’

ABOUT THE AUTHOR

...view details