ଓଡିଶା

odisha

ETV Bharat / sitara

ସଲମାନଙ୍କୁ ରିପ୍ଲେସ କରିବେ ଭଂସାଲୀ

ଚର୍ଚ୍ଚିତ ଫିଲ୍ମ ‘ଇନଶାଲ୍ହା’ରେ ଆଲିୟାଙ୍କ ସହ ସଲମାନ ନୁହେଁ ନୂଆ ଅଭିନେତା ନଜର ଆସିବେ । କାରଣ ଏହି ଫିଲ୍ମରୁ ସଲମାନ ହେବେ ରିପ୍ଲେସ ।

By

Published : Sep 7, 2019, 7:39 AM IST

ଡିଜାଇନ ଫଟୋ

ମୁମ୍ବାଇ: ସଲମାନ ଖାନ ଓ ଆଲିୟା ଭଟ୍ଟଙ୍କ ରୋମାନ୍ସ ସିଲଭର ସ୍କ୍ରିନରେ ପ୍ରଥମଥର ଦେଖିବାକୁ ଅନାଇ ବସିଥିବା ଫ୍ୟାନ୍ସଙ୍କ ପାଇଁ ସାମ୍ନାକୁ ଆସିଛି ନୈରାଶଜନକ ଖବର । ଯାହାଶୁଣି ଦୁଃଖି ହୋଇଯିବେ ଭାଇଜାନଙ୍କ ଫ୍ୟାନ୍ସ । ଆଜ୍ଞା ହଁ, ଦୀର୍ଘସମୟରୁ ଲୋକପ୍ରିୟ ଫିଲ୍ମ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ନିଜର ଆଗାମୀ ଫିଲ୍ମ ‘ଇନଶାଲ୍ହା’ରେ ଆଲିୟାଙ୍କ ସହ ସଲମାନଙ୍କୁ କାଷ୍ଟ କରିବା ଖବର ଜୋର ଧରିଥିଲା । କିନ୍ତୁ ଏବେ ଏହା ଉପରେ ଫୁଲଷ୍ଟପ ଲାଗିଯାଇଛି ।

ଫ୍ୟାନ୍ସଙ୍କ ସ୍ବପ୍ନ ସ୍ବପ୍ନରେ ହିଁ ରହିଗଲା । କାରଣ ବର୍ତ୍ତମାନ ସଞ୍ଜୟ ‘ଇନଶାଲ୍ହା’ ନିର୍ମାଣ କରିବେ ପ୍ଲାନିଂ କରିଛନ୍ତି ସତ କିନ୍ତୁ ସଲମାନଙ୍କ ବିନା । ସେ ଯୋଜନା କରିସାରିଲେଣି ଏହି ଫିଲ୍ମରେ ଆଲିୟାଙ୍କ ଅପୋଜିଟ୍ ସେ ସଲମାନଙ୍କ ପରିବର୍ତ୍ତେ ନୂଆ ଅଭିନେତାଙ୍କୁ କାଷ୍ଟ କରିବେ ।

ଆଜିକାଲି ସଞ୍ଜୟ ‘ଇନଶାଲ୍ହା’ର ସ୍କ୍ରିପ୍ଟରେ କିଛି ପରିବର୍ତ୍ତନ କରିବାର ପ୍ରସ୍ତୁତି ଚଳାଇଛନ୍ତି । ଅନ୍ୟପଟେ ଏହି ଫିଲ୍ମରେ ସେ ଅନେକ ଟଙ୍କା ମଧ୍ୟ ଲଗାଇସାରିଲେଣି । ଖାଲି ଏତିକି ନୁହେଁ ଏହା ମଧ୍ୟ ଶୁଣିବାକୁ ମିଳୁଥିଲା ଯେ ଆଲିୟା ଫିଲ୍ମର କିଛି ସୁଟିଂ ମଧ୍ୟ କରିସାରିଲେଣି । ଆଉ ଫିଲ୍ମ ନିର୍ମାଣ ନହେବା ଖବର ଶୁଣି ଆଲିୟା ମଧ୍ୟ ଦୁଃଖି ହୋଇଯାଇଥିଲେ । ‘ଇନଶାଲ୍ହା’ରେ କେଉଁ ଅଭିନେତା ସଲମାନଙ୍କୁ ରିପ୍ଲେସ କରିବେ ତାହା ନେଇ ଏଯାବତ କୌଣସି ସୂଚନା ମିଳିନାହିଁ ।

ABOUT THE AUTHOR

...view details