ଓଡିଶା

odisha

ETV Bharat / sitara

ସଲମାନଙ୍କୁ ଛାଡି ଶାହରୁଖଙ୍କୁ ନେଇ ଫିଲ୍ମ କରିବେ ଭଂସାଲି

ଇନଶାଲ୍ହା ଛାଡି ନୂଆ କାହାଣୀ କରିବେ ସଞ୍ଜୟ ଲୀଲା ଭଂସାଲି । ମାତ୍ର ଏଥର ସଲମାନ ନୁହେଁ ବରଂ କିଙ୍ଗଖାନଙ୍କୁ ନେଇ କରିବେ ଫିଲ୍ମ ।

By

Published : Aug 31, 2019, 12:59 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ବର୍ତ୍ତମାନ ପାଇଁ ‘ଇନଶାଲ୍ହା’ର ସୁଟିଂକୁ ବନ୍ଦ କରିଦିଆଯାଇଛି । ଫିଲ୍ମ ନିର୍ମାତା ଓ ଅଭିନେତାଙ୍କ ମଧ୍ୟରେ ତାଳମେଳ ନରହିବାରୁ ଫିଲ୍ମକୁ ବନ୍ଦ କରିଦିଆଯାଇଛି । ପୁଣି କେବେ ଏହାକୁ ଆରମ୍ଭ କରାଯିବ, ସେ ନେଇ କୌଣସି ଖବର ମିଳିପାରିନଥିବାବେଳେ ବର୍ତ୍ତମାନ ଶୁଣିବାକୁ ମିଳୁଛି ଭଂସାଲି ଖୁବ ଶୀଘ୍ର ଶାହରୁଖଙ୍କୁ ନେଇ ଫିଲ୍ମ ନିର୍ମାଣ କରିବେ ।

2002ରେ ଶେଷଥର ପାଇଁ ଫିଲ୍ମ ‘ଦେବଦାସ’ରେ ଏକାଠି କାମ କରିଥିଲେ ଭଂସାଲି ଓ ଶାହରୁଖ । କିନ୍ତୁ ଆଶ୍ଚର୍ଯ୍ୟର କଥା ଫିଲ୍ମ ‘ଇନଶାଲ୍ହା’ ପାଇଁ ନୁହେଁ ବରଂ ସମ୍ପୂର୍ଣ୍ଣ ଏକ ନୂଆ କାହାଣୀରେ ନଜର ଆସିବେ ଶାହରୁଖ ।

ସୂଚନାମୁତାବକ, ଫିଲ୍ମ ‘ଇଜହାର’ରେ ନୂଆ କାହାଣୀ ନେଇ ଶାହରୁଖଙ୍କ ସହ କାମ କରିବେ ଭଂସାଲି । ଇଣ୍ଡିଆନ ମୋସନ ପିକ୍ଚର୍ସ ପ୍ରଡ୍ୟୁସର ଆସୋସିଏସନ(IMPPA)ରେ ଫିଲ୍ମର ନାମ ରେଜିଷ୍ଟର ମଧ୍ୟ ସରିଛି । ଭଂସାଲି ପ୍ରଡକ୍ସନ ଓ ରେଡ ଚିଲି ଏଣ୍ଟରଟେନମେଣ୍ଟର ମିଳିତ ପ୍ରୟାସରେ ଫିଲ୍ମ ନିର୍ମାଣ କରାଯିବ ।

ABOUT THE AUTHOR

...view details