ଓଡିଶା

odisha

By

Published : Feb 24, 2021, 12:05 PM IST

ETV Bharat / sitara

ସଞ୍ଜୟଲୀଲା ଭଂସାଲୀ@58, ସଂଘର୍ଷମୟ ଯାତ୍ରା ଦେଇଛି ସଫଳତା

ଆଜି ସଞ୍ଜୟଙ୍କ 58ତମ ଜନ୍ମ ଦିନ । ସୋସିଆଲ ମିଡିଆରେ ଛୁଟୁଛି ଶୁଭେଚ୍ଛାର ସୁଅ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ

ମୁମ୍ବାଇ: ହିନ୍ଦୀ ସିନେମାରେ ଲୋକପ୍ରିୟ ନିର୍ଦ୍ଦେଶକ, ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କୁ ଆଜି କୌଣସି ପରିଚୟର ଆବଶ୍ୟର ନାହିଁ । ତାଙ୍କ ନାମ ହିଁ ତାଙ୍କ ପରିଚୟ । ତାଙ୍କ ଫିଲ୍ମରେ ଥାଏ ବାସ୍ତବ କାହାଣୀର ଝଲକ । ଯାହା ସବୁବେଳେ ସୁପରଡୁପର ହିଟ୍ ହୁଏ । ତେବେ ତାହା ‘ପଦ୍ମାବତ’ ହେଉ କିମ୍ବା ‘ରାମ ଲୀଲା’ । ଯାହା ଦର୍ଶକଙ୍କ ମନ କିଣିବାରେ ସଫଳ । ଆଜି ଏହି ମହାନ୍ ନିର୍ଦ୍ଦେଶକ 58 ବର୍ଷରେ ପଦାର୍ପଣ କରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

1963 ଫେବୃଆରୀ 24 ଏକ ଗୁଜରାଟୀ ପରିବାରରେ ଜନ୍ମ ହୋଇଥିବା ସଞ୍ଜୟ ହିନ୍ଦୀ ସିନେମାର ସଫଳ ନିର୍ଦ୍ଦେଶକ ଓ ନିର୍ମାତା । ‘ହମ୍ ଦିଲ୍ ଦେ ଚୁକେ ସନମ’, ‘ଦେବଦାସ’, ‘ବ୍ଲାକ’ ସମେତ ଅନେକ ସୁପରହିଟ୍ ଫିଲ୍ମ ସଞ୍ଜୟ ନିର୍ଦ୍ଦେଶିତ କରିସାରିଛନ୍ତି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ଆଜି ସମ୍ମାନର ସହ ତାଙ୍କ ନାମ ନିଆଯାଉଛି । ହେଲେ ଏହି ସଫଳତା ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ତାଙ୍କୁ ପାର କରିବାକୁ ପଡିଥିଲା ସଂଘର୍ଷମୟ ଯାତ୍ରା । ସେ ପିଲା ବେଳେ ଘରର ସମସ୍ୟା ଦେଖି ଦେଖି ବଡ ହୋଇଥିଲେ । ତାଙ୍କ ମା' ଲୀଲା କପଡା ସିଲେଇ କରି ଘର ଖର୍ଚ୍ଚ ବହନ କରୁଥିଲେ। ମା'ଙ୍କ ଏହି ସଂଘର୍ଷ ଦେଖି ସବୁବେଳେ ତାଙ୍କ ପାଇଁ କିଛି କରିବାକୁ ମନରେ ସ୍ବପ୍ନ ରଖିଥିଲେ ସଞ୍ଜୟ । ଖାଲି ଏତିକି ନୁହେଁ ମା'ଙ୍କୁ ସମ୍ମାନ ଦେବାକୁ ଯାଇ ସଞ୍ଜୟ ନିଜ ନାମ ମଧ୍ୟରେ ଲୀଲା ସମ୍ପୃକ୍ତ କରିଥିଲେ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

1996ରେ ସଞ୍ଜୟ ‘ଖାମୋଶୀ: ଦ ମ୍ୟୁଜିକାଲ’ ଫିଲ୍ମ ଜରିଆରେ ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ରଖିଥିଲେ । ଏହି ଫିଲ୍ମକୁ ବ୍ୟବସାୟୀକ ସଫଳ ମିଳିନଥିଲା ସତ ହେଲେ କ୍ରିଟିକ୍ସଙ୍କ ଠୁ ଖୁବ୍ ପ୍ରଶଂସା ସାଉଁଟି ଥିଲେ ସେ। ଆଉ ତାଙ୍କ ନିର୍ଦ୍ଦେଶିତ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଦେବଦାସ’କୁ 2002ରେ ବାଫ୍ଟାରେ ବେଷ୍ଟ ଫିଲ୍ମ ନଟ୍ ଇନ ଇଂଗ୍ଲିଶ ଲାଙ୍ଗ୍ୟୁଜ୍ ପାଇଁ ନୋମିନେଟ୍ କରାଯାଇଥିଲା । ସେହିପରି ଫିଲ୍ମ ‘ବ୍ଲାକ’କୁ ଅନେକ ପୁରସ୍କାରରେ ପୁରସ୍କୃତ କରାଯାଇଥିଲା । ଏହି କ୍ରମରେ ସାମିଲ ଅଛି ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର, ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ସହିତ ଶ୍ରେଷ୍ଠ ଚଳଚ୍ଚିତ୍ର ପାଇଁ କ୍ରିଟିକ୍ସ ପୁରସ୍କାର ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

ସଞ୍ଜୟଙ୍କ ପ୍ରଡକ୍ସନ ହାଉସରେ ନିର୍ମିତ ଫିଲ୍ମ ‘ମେରି କମ’କୁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଛି। ‘ବାଜିରାଓ ମସ୍ତାନୀ’ଙ୍କ ପାଇଁ ସେ ଶ୍ରେଷ୍ଠ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ । ଏଥି ସହିତ ସଞ୍ଜୟଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ‘ପଦ୍ମାବତ’ ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଭାବରେ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ମିଳିଛି । ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ଆଗାମୀ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ର ଟିଜର ରିଲିଜ ହେବାକୁ ଯାଉଛି ।

ABOUT THE AUTHOR

...view details