ଓଡିଶା

odisha

By

Published : Aug 12, 2020, 7:42 PM IST

ETV Bharat / sitara

ସଞ୍ଜୁଙ୍କ ସ୍ବାସ୍ଥ୍ୟକୁ ନେଇ ପ୍ରତିକ୍ରିୟା ଦେଲେ ପତ୍ନୀ ମାନ୍ୟତା

ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇ ସଞ୍ଜୟଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଲେ ମାନ୍ୟତା । କ୍ୟାନ୍ସରରେ ପୀଡିତ ଅଛନ୍ତି ସଞ୍ଜୁ ।

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ

ମୁମ୍ବାଇ: ନିକଟରେ ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବି-ଟାଉନର ସଞ୍ଜୁ ବାବା ସଞ୍ଜୟ ଦତ୍ତ । ଶୁଣିବାକୁ ମିଳୁଛି ସେ ଫୁସଫୁସ କର୍କଟରେ ଆକ୍ରାନ୍ତ । ଏହି ଖବର ସାମ୍ନାକୁ ଆସିବା ପରେ ଦୁଃଖି ହୋଇପଡିଛନ୍ତି ଫ୍ୟାନ୍ସ । ଏବେ ସୋସିଆଲ ମିଡିଆରେ ତାଙ୍କ ସୁସ୍ଥ କାମନା କରୁଥିବାର ନଜର ଆସୁଛନ୍ତି ସମସ୍ତେ । ଏହି ରୋଗର ତୃତୀୟ ପର୍ଯ୍ୟାୟରେ ଅଛନ୍ତି ସଞ୍ଜୁ ବାବା। ଏହାର ଚିକିତ୍ସା ପାଇଁ ସେ ଖୁବଶୀଘ୍ର ଆମେରିକା ଯିବେ ବୋଲି ଶୁଣିବାକୁ ମିଳୁଛି । ଇତିମଧ୍ୟରେ ତାଙ୍କ ପତ୍ନୀ ମାନ୍ୟତା ଦତ୍ତଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ସେ କହିଛନ୍ତି, ‘ମୁଁ ସମସ୍ତଙ୍କୁ ଧନ୍ୟବାଦ କହିବାକୁ ଚାହୁଁଛି । ଯେଉଁମାନେ ସଞ୍ଜୁଙ୍କ ସୁସ୍ଥ କାମନା ବ୍ୟକ୍ତ କରିଛନ୍ତି । ଆମକୁ ଏହି ସମୟ ପାର କରିବା ପାଇଁ ଶକ୍ତି ଓ ପ୍ରାର୍ଥନାର ଆବଶ୍ୟକ ଅଛି । ଗତ ବର୍ଷରୁ ଆମ ପରିବାର ବହୁତ କଠିନ ସମୟ ଦେଇ ଗତି କରିଆସୁଛି । ହେଲେ ମତେ ବିଶ୍ବାସ ଅଛି ଏହି ସମୟ ମଧ୍ୟ ବିତିଯିବ । ଏହାସହ ମୁଁ ସଞ୍ଜୁଙ୍କ ଫ୍ୟାନ୍ସଙ୍କୁ ହୃଦୟରୁ ଅନୁରୋଧ କରୁଛି ଯେ ଉଡା ଖବର ଉପରେ ବିଶ୍ବାସ କରନାହିଁ ବରଂ ନିଜ ସ୍ନେହ, ପ୍ରେମ ଜରିଆରେ ଆମକୁ ସମର୍ଥନରେ ସାହାଯ୍ୟ କରନ୍ତୁ । ପୁଣି ଚ୍ୟାଲେଞ୍ଜ ଦେଇ ଗତି କରିବାକୁ ଭଗବାନ ଆମ ପରିବାରକୁ ଚୟନ କରିଛନ୍ତି । ଯାହାପାଇଁ ଆପଣଙ୍କ ଆଶୀର୍ବାଦ ଓ ପ୍ରାର୍ଥନାର ଆବଶ୍ୟକ ଅଛି।’

ପ୍ରକାଶ ଥାଉକି ମଙ୍ଗଳବାର ସଞ୍ଜୟ ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ନିଜ କ୍ୟାନ୍ସର ବିଷୟରେ ସମସ୍ତଙ୍କୁ ସୂଚନା ଦେଇଥିଲେ।

ABOUT THE AUTHOR

...view details