ଓଡିଶା

odisha

By

Published : Aug 22, 2020, 10:35 PM IST

ETV Bharat / sitara

ଖାସ ଅନ୍ଦାଜରେ ଫ୍ୟାନ୍ସଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଲେ ସଞ୍ଜୁ ବାବା

ଆଜି ଗଣେଶ ଚତୁର୍ଥୀ ସାରା ଦେଶରେ ଜୋରସୋରରେ ଚାଲିଛି । ଏହି ଅବସରରେ ସଞ୍ଜୟ ଦତ୍ତ ସୋସିଆଲ ମିଡିଆରେ ପତ୍ନୀ ମାନ୍ୟତା ଦତ୍ତଙ୍କ ସହ ଏକ ଫଟୋ ସେୟାର କରି ସମସ୍ତଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଛନ୍ତି । ଅଧିକ ପଢନ୍ତୁ...

sanjay dutt shares picture and wishes fans on ganesh chaturthi
ଖାସ ଆନ୍ଦାଜରେ ଫ୍ୟାନ୍ସଙ୍କୁ ଗଣେଶ ଚତୁର୍ଥୀର ଶୁଭେଚ୍ଛା ଜଣାଇଲେ ସଞ୍ଜୁ ବାବା

ମୁମ୍ବାଇ: କରୋନା ଭାଇରସ ମହାମାରୀ ମଧ୍ୟରେ ଗଣେଶ ଚତୁର୍ଥୀ ମହୋତ୍ସବ ଆଜି ସାରା ଦେଶରେ ବହୁତ ଧୁମଧାମର ସହ ପାଳନ କରାଯାଉଛି । ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏହି ଶୁଭ ପର୍ବରେ ଗଣପତିଙ୍କୁ ପୂଜା କରିବାରେ ବ୍ୟସ୍ତ ।

ଏଥିସହିତ ଅନେକ ବଲିଉଡ ତାରକାମାନେ ଗଣପତିଙ୍କ ମୂର୍ତ୍ତୀ ନିଜ ଘରକୁ ଆଣିଥିଲେ ଏବଂ ସୋସିଆଲ ମିଡିଆ ମାଧ୍ୟମରେ ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ଅବସରରେ ଅଭିନେତା ସଞ୍ଜୟ ଦତ୍ତ ପତ୍ନୀ ମାନ୍ୟତା ଦତ୍ତଙ୍କ ସହିତ ନିଜ ଘରେ ଗଣେଶ ସେଲିବ୍ରେସନର ଫଟୋ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସମସ୍ତଙ୍କୁ ଏହି ଉତ୍ସବର ଶୁଭେଚ୍ଛା ଜଣାଇଛନ୍ତି ।

ଫଟୋ ସେୟାର କରି କ୍ୟାପସନରେ ସଞ୍ଜୟ ଲେଖିଛନ୍ତି, କରୋନା ପାଇଁ ଏହି ଉତ୍ସବ ପ୍ରତିବର୍ଷ ପରି ବଡ ଆକାରରେ ପାଳନ କରାଯାଇନାହିଁ । ମୁଁ ଆଶା କରେ ଯେ ଏହି ଶୁଭ ପର୍ବ ଆମ ଜୀବନର ସମସ୍ତ ବାଧାବିଘ୍ନ ଦୂର କରିବ ଏବଂ ଗଣପତି ଆମ ସମସ୍ତଙ୍କୁ ସ୍ୱାସ୍ଥ୍ୟ ଏବଂ ସୁଖ ଆଶୀର୍ବାଦ କରିବେ ।

ଉଲ୍ଲେଖନୀୟ କଥା ହେଉଛି, ନିକଟରେ ସଞ୍ଜୁ ବାବାଙ୍କ ଫୁସଫୁସ କ୍ୟାନ୍ସର ଖବର ଶୁଣିବାକୁ ମିଳିଥିଲା ।

ଆଗାମୀ ସମୟରେ ସଞ୍ଜୟ 'ସଡକ-୨', 'ଭୁଜ', 'କେଜିଏଫ୍-2', 'ପ୍ରୃଥିରାଜ' ଭଳି ଚଳଚ୍ଚିତ୍ରରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details