ଓଡିଶା

odisha

By

Published : Jun 7, 2020, 1:42 AM IST

ETV Bharat / sitara

ପିତାଙ୍କ ଜନ୍ମ ବାର୍ଷିକୀରେ ଭାବବିହ୍ବଳ ମୁନ୍ନା ଭାଇ

ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରି ପିତାଙ୍କୁ ମନେ ପକାଇଲେ ସଞ୍ଜୟ ଦତ୍ତ । ଅଧିକ ପଢନ୍ତୁ...

OD_sanjay dutt shared photo and post on father sunil dutt   birthday
ପିତାଙ୍କ ଜନ୍ମ ବାର୍ଷିକୀରେ ଭାବବିହ୍ବଳ ମୁନ୍ନା ଭାଇ

ମୁମ୍ବାଇ: ବଲିଉଡର ସ୍ବର୍ଗତ ଅଭିନେତା ସୁନୀଲ ଦତ୍ତଙ୍କ ଜନ୍ମ ବାର୍ଷିକରେ ତାଙ୍କ ପୁଅ ତଥା ଲୋକପ୍ରିୟ ଅଭିନେତା ସଞ୍ଜୟ ଦତ୍ତ ସୋସିଆଲ ମିଡିଆରେ ଏକ ଇମୋଶନାଲଭରା ପୋଷ୍ଟ ସେୟାର କରିଛନ୍ତି । ସେ ପିତାଙ୍କ ସହ ନିଜର ପିଲାଦିନର ଏକ ଫଟୋ ସେୟାର କରି ଦୁଃଖି ନଜର ଆସୁଛନ୍ତି ।

ଫଟୋର କ୍ୟାପସନରେ ସଞ୍ଜୟ ଲେଖିଛନ୍ତି, ‘ଆପଣ ସବୁବେଳେ ମୋ ସାହସ ଏବଂ ଖୁସିର ଉତ୍ସ ହୋଇ ରହିଥିଲେ । ଜନ୍ମଦିନରେ ଆପଣଙ୍କୁ ଶ୍ରଦ୍ଧଞ୍ଜଳି ।’ ସେହିପରି ତାଙ୍କ ଭଉଣୀ ପ୍ରିୟା ଦତ୍ତ ମଧ୍ୟ ପିତା ସୁନୀଲଙ୍କ ଏକ ଫଟୋ ସେୟାର କରି ଜନ୍ମ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ।

ପ୍ରକାଶ ଥାଉକି ଆଜିର ଦିନରେ ଅର୍ଥାତ ଜୁନ 6, 1929 ରେ ସୁନୀଲ ଜେଲୁମରେ ଜନ୍ମଗ୍ରହଣ କରିଥିଲେ, ଯାହା ବର୍ତ୍ତମାନ ପାକିସ୍ତାନର ଅଂଶ । ସେ ହିନ୍ଦୀ ସିନେମାକୁ ଅନେକ ଶାନଦାର ଫିଲ୍ମ ଦେଇ ଲୋକପ୍ରିୟ ଅଭିନେତା ସାଜିଥିଲେ । ଯେତେ ସଫଳତା ତାଙ୍କୁ ଫିଲ୍ମ ଜଗତ ଥିଲା ତାହାଠୁ ଅଧିକ ସଫଳ ତାଙ୍କ ରାଜନୀତି ଦୁନିଆ ଥିଲା । ଶେଷଥର ସେ ପୁଅ ସଞ୍ଜୟଙ୍କ ସହ ଫିଲ୍ମ ‘ମୁନ୍ନା ଭାଇ ଏମବିବିଏସ’ରେ ନଜର ଆସିଥିଲେ । ଯଦି ତାଙ୍କ ରାଜନୀତି ଜୀବନ ବିଷୟରେ କଥା ହେବା ତେବେ ସେ 1984ରେ ଫେମସ ଓକିଲ ରାମ ଜେଠମଲାନୀଙ୍କ ବିରୋଧରେ ଲଢିଥିଲେ । ପ୍ରଥମ ନିର୍ବାଚନରେ ସେ ଜେଠମଲାନୀଙ୍କୁ ହରାଇଥିଲେ ।

ABOUT THE AUTHOR

...view details