ଓଡିଶା

odisha

By

Published : Oct 25, 2020, 10:44 PM IST

ETV Bharat / sitara

କ୍ୟାନ୍ସରକୁ ହରାଇ ଆଳତି କଲେ ସଞ୍ଜୁବାବା, ମାନ୍ୟତା କହିଲେ ତୁମେ ମୋର ରାମ

ନିକଟରେ ମାନ୍ୟତା ଏକ ଭିଡିଓ ସେୟାର କରି ସ୍ବାମୀ ତଥା ଅଭିନେତା ସଞ୍ଜୟ ଦତ୍ତଙ୍କୁ ନିଜର ରାମ ବୋଲି ପ୍ରଶଂସା କରିଛନ୍ତି । ଅଧିକ ପଢନ୍ତୁ...

Sanjay Dutt performs Vijaya Dashmi puja, 'You are my Ram', says Maanayata Dutt
କ୍ୟାନ୍ସରକୁ ହରାଇ ଆରତୀ କଲେ ସଞ୍ଜୁବାବା, ମାନ୍ୟତା କହିଲେ ତୁମେ ମୋର ରାମ

ମୁମ୍ବାଇ: ନିକଟରେ ବଲିଉଡର ଭେଟେରାନ ଅଭିନେତା ସଞ୍ଜୟ ଦତ୍ତ କ୍ୟାନ୍ସର ଯୁଦ୍ଧରେ ଜିତି ଘରକୁ ଫେରିଛନ୍ତି । ସଞ୍ଜୟଙ୍କ ପ୍ରତ୍ୟାବର୍ତ୍ତନ ସହିତ ଚଳିତ ବର୍ଷର ଦଶହରା ତାଙ୍କ ପରିବାର ଏବଂ ପ୍ରଶଂସକଙ୍କ ପାଇଁ ଏକ ସ୍ବତନ୍ତ୍ର ହୋଇପାରିଛି ।

ସଞ୍ଜୟଙ୍କ ପ୍ରତ୍ୟାବର୍ତ୍ତନରେ ଖୁସି ବ୍ୟକ୍ତ କରି ତାଙ୍କ ପତ୍ନୀ ମାନ୍ୟତା ଏକ ଭିଡିଓ ସେୟାର କରିଛନ୍ତି ।

ଏହି ଭିଡିଓରେ ସଞ୍ଜୟ ଆଳତି କରୁଥିବାର ଦେଖିବାକୁ ମିଳିଛି ।

ଭିଡିଓର କ୍ୟାପସନରେ ମାନ୍ୟତା ଲେଖିଛନ୍ତି, ‘ମୁଁ ଏହି ଚଳିତ ବର୍ଷର ଦଶହରାକୁ ଏମିତି ଜଣେ ବ୍ୟକ୍ତିଙ୍କ ପାଇଁ ଉତ୍ସର୍ଗ କରିବାକୁ ଚାହୁଁଛି ଯିଏ କେବଳ ମୋ ପାଇଁ ନୁହେଁ ଅନ୍ୟମାନଙ୍କ ପାଇଁ ମଧ୍ୟ ପ୍ରେରଣା ପାଲଟିଛନ୍ତି । ଜୀବନ ତାଙ୍କୁ ଅନେକ ଅସୁବିଧା ଦେଇଛି, କିନ୍ତୁ ସେ ସର୍ବଦା ଧୌର୍ଯ୍ୟ, ଏବଂ ଭଲପାଇବା ସହିତ ସଂଘର୍ଷ କରିଆସୁଛନ୍ତି । ଯେତେବେଳେ ଆମେ ଅନୁଭବ କରିବାକୁ ଲାଗିଲୁ ଯେ ଆମକୁ ଶେଷରେ ଶାନ୍ତି ମିଳିଛି, ସେତେବେଳେ ଜୀବନ ତାଙ୍କୁ ଆଉ ଏକ ଚ୍ୟାଲେଞ୍ଜ ଦେଇଥିଲା । ଆଜି ସେ ପୁଣି ଥରେ ପ୍ରମାଣ କରିଛନ୍ତି ଯେ, ଏକ ସକରାତ୍ମକ ମନ ସର୍ବଦା ଜିତିପାରେ । ବାସ୍ତବରେ ସଞ୍ଜୁଙ୍କ ପରି କେହି ନାହାଁନ୍ତି । ତୁମେ ମୋତେ ଶକ୍ତିଶାଳୀ ହେବା ଶିଖାଇଲ । ତୁମେ ମୋର ଶକ୍ତି, ମୋର ଗର୍ବ, ମୋର ରାମ ’।

ପ୍ରକାଶ ଥାଉ ଯେ, ନିକଟରେ ସଞ୍ଜୟଙ୍କ ଫୁସଫୁସ କର୍କଟ ବା ଲଙ୍ଗ୍ସ କ୍ୟାନ୍ସର ହୋଇଥିବା ଖବର ସାମ୍ନାକୁ ଆସିଥିଲା । ଯାହାପରେ ସଞ୍ଜୟ ମୁମ୍ବାଇର କୋକିଲାବେନ୍ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details