ଓଡିଶା

odisha

ETV Bharat / sitara

ପରଦାରେ ପୂର୍ବପୁରୁଷଙ୍କ କାହାଣୀ ବଖାଣିବେ ସଞ୍ଜୁ ବାବା

ଅଭିନୟ ବ୍ୟତୀତ ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି ସଞ୍ଜୁ ବାବା । ସେ ନିଜ ପ୍ରଡକ୍ସନ ହାଉସ ଜରିଆରେ ଫିଲ୍ମ ପ୍ରଯୋଜନା କରିବା ସହ ନିର୍ଦ୍ଦେଶନା ମଧ୍ୟ କରିବେ । ଫିଲ୍ମଟି ଐତିହାସିକ କାହାଣୀ ଉପରେ ଆଧାରିତ ହେବ ।

By

Published : Apr 15, 2019, 11:12 PM IST

Updated : Apr 16, 2019, 4:03 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

ମୁମ୍ବାଇ: ବଲିଉଡର ସଞ୍ଜୁ ବାବା ଅର୍ଥାତ୍ ଅଭିନେତା ସଞ୍ଜୟ ଦତ୍ତ ବି-ଟାଉନର ମାଚୋ ମ୍ୟାନ ନାମରେ ମଧ୍ୟ ଜଣାଶୁଣା । କିଛି ଦିନ ପୂର୍ବରୁ ସେ ଏକ ମହଙ୍ଗା କାର କିଣି ଚର୍ଚ୍ଚାରେ ଆସିଥିଲେ । ଏବେ ସେ ନିଜର ବହୁ ପ୍ରତିକ୍ଷିତ ଫିଲ୍ମ 'କଲଙ୍କ'କୁ ନେଇ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଇତିମଧ୍ୟରେ ଶୁଣିବାକୁ ମିଳୁଛି ଯେ ସେ ଖୁବ୍ ଶୀଘ୍ର ନିର୍ଦ୍ଦେଶନାରେ ପଦାର୍ପଣ କରିବେ ।

ତାଙ୍କ ଫିଲ୍ମ 'କଲଙ୍କ' ଆସନ୍ତା ଶୁକ୍ରବାର ରିଲିଜ ହେବାକୁ ଯାଉଛି । ଯାହାକୁ ନେଇ ଫ୍ୟାନ୍ସ ଖୁବ୍ ଉତ୍ସାହିତ ଅଛନ୍ତି । ଏହାବ୍ୟତୀତ ତାଙ୍କର ଅନେକ ଫିଲ୍ମ ଏବେ ଲାଇନରେ ଅଛି । ସେହି ଫିଲ୍ମ ଗୁଡିକ ହେଲା 'ପାନିପତ', 'ପ୍ରସ୍ଥାନମ' ଏବଂ 'ସମଶେରା' ।

ସେ ଖୁବ୍ ଶୀଘ୍ର ନିର୍ଦ୍ଦେଶନାରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସେହି ପ୍ରୋଜେକ୍ଟ ଉପରେ କାମ ମଧ୍ୟ ଆରମ୍ଭ ହୋଇଯାଇଛି । ଏହି ଫିଲ୍ମରେ ନିର୍ମାଣ ସଞ୍ଜୟ ନିଜ ପ୍ରଡକ୍ସନ ହାଉସ ଅଣ୍ଡରରେ କରିବେ । ସେ ଫିଲ୍ମର କାହାଣୀକୁ ନେଇ ଖୁଲାସା ମଧ୍ୟ କରିଛନ୍ତି । ସେ କହିଛନ୍ତି କି ସେ ନିଜ ପୂର୍ବପୁରୁଷଙ୍କ ଉପରେ ଫିଲ୍ମ ତିଆରି କରିବେ ।

ତାଙ୍କ ନଜରରେ ଏକ ଐତିହାସିକ କାହାଣୀ ରହିଛି । ଯାହା ତାଙ୍କ ପୂର୍ବପୁରୁଷ ମହଲ ଉପରେ ଆଧାରିତ । ଯିଏ ହୁସୈନୀ କ୍ଷେତ୍ରିୟ ବ୍ରାହ୍ମଣ ଥିଲେ । ସେ ପ୍ୟାଗମ୍ବର ନାତୁଣୀ ପାଇଁ କରବାଲାର ଯୁଦ୍ଧ ଲଢିଥିଲେ । ଫିଲ୍ମରେ ସେ ରାହିବ ସିନ ଦତ୍ତଙ୍କ ଚରିତ୍ରରେ ନଜର ଆସିବେ । ଯିଏ ମୋହୟଲ୍ସର ମୁଖିଆ ଥିଲେ । ବର୍ତ୍ତମାନ ଫିଲ୍ମର କାହାଣୀ ଉପରେ କାମ ଚାଲିଛି ।

Last Updated : Apr 16, 2019, 4:03 PM IST

For All Latest Updates

ABOUT THE AUTHOR

...view details