ଓଡିଶା

odisha

ETV Bharat / sitara

ନିର୍ବାଚନ ଲଢିବେନି ସଞ୍ଜୁବାବା

ଆସନ୍ତା ଲୋକସଭା ନିର୍ବାଚନକୁ ନେଇ ମୁହଁ ଖୋଲିଛନ୍ତି ଅଭିନେତା ସଞ୍ଜୟ ଦତ୍ତ । କିଛି ଦିନ ହେବ ସେ ରାନନୀତିରେ ଡେବ୍ୟୁ କରିବା ନେଇ ଖବର ଜୋର ଧରିଥିଲା । ଟ୍ବିଟର ଜରିଆରେ ସେ ଏହି ଖବର ଉପରେ ଲଗାଇଛନ୍ତି ଫୁଲଷ୍ଟପ୍ ।

By

Published : Mar 26, 2019, 11:17 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଞ୍ଜୟ ଦତ୍ତ

ମୁମ୍ବାଇ: ବି-ଟାଉନର ସଞ୍ଜୁ ବାବାଙ୍କୁନେଇ କିଛି ଦିନ ହେବ ନିର୍ବାଚନରେ ଲଢିବା ଖବର ଜୋରଧରିଥିଲା । ଯେଉଁ ଖବରରେ ସଞ୍ଜୟ ଏବେ ଫୁଲଷ୍ଟପ୍ ଲଗାଇଛନ୍ତି । ଆଜ୍ଞା ହଁ, ସେ ଟ୍ବିଟ କରି ଏହି ଖବରକୁ ଖଣ୍ଡନ କରିଛନ୍ତି । ସେ ନିଜ ପିତା ତଥାଦିବଂଗତ ଅଭିନେତା ଓକଂଗ୍ରେସ ସାଂସଦ ସୁନୀଲ ଦତ୍ତଙ୍କ ପଥରେ ଚାଲିବେ ଏବଂ ଗାଜିୟାବାଦରୁ ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଟ୍ବିଟର@ସଞ୍ଜୟ ଦତ୍ତ

ବର୍ତ୍ତମାନ ସେ ଟ୍ବିଟ କରି କହିଛନ୍ତି, "ଲୋକସଭା ନିର୍ବାଚନ ଲଢିବା ଖବର ଆଦୌ ସତ କଥା ନୁହେଁ । ମୁଁ ମୋ ଦେଶ ଏବଂ ଭଉଣୀ ପ୍ରିୟା ଦତ୍ତଙ୍କ ସମର୍ଥନରେ ରହିବି । ଆଉ ସମସ୍ତଙ୍କୁ କହିବାକୁ ଚାହୁଁଛି ଯେ ଆମ ଦେଶ ପାଇଁ ଲୋକେ ବାହାରକୁ ଆସନ୍ତୁ ଏବଂ ନିଜ ନିଜ ଭୋଟ ଦିଅନ୍ତୁ ।"

ପ୍ରକାଶ ଥାଉକି ସଞ୍ଜୟଙ୍କ ପିତା ଜଣେ ଜଣାଶୁଣା ସମାଜସେବୀ, ସାଂସଦ ଏବଂ ଖେଳମନ୍ତ୍ରୀ ଥିଲେ । ତାଙ୍କ ଭଉଣୀ ପ୍ରିୟା ମୁମ୍ବାଇ ଲୋକସଭା ସାଂସଦ ଅଟନ୍ତି ।

ABOUT THE AUTHOR

...view details