ମୁମ୍ବାଇ: ଆଜି ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ମାସେ ହୋଇଛି । ଏଭଳି ପରିସ୍ଥିତିରେ ସୋସିଆଲ ମିଡିଆ ମାଧ୍ୟମରେ ପୋଷ୍ଟ ସେୟାର କରି ସୁଶାନ୍ତଙ୍କର ପ୍ରିୟଜନମାନେ ନିଜର ଭାବନା ପ୍ରକାଶ କରୁଛନ୍ତି ।
ଏହି ସମୟରେ ସୁଶାନ୍ତଙ୍କ ଶେଷ ଚଳଚ୍ଚିତ୍ର 'ଦିଲ ବେଚାରା'ର କୋ-ଷ୍ଟାର ସଞ୍ଜନା ସାଙ୍ଗୀ ମଧ୍ୟ ତାଙ୍କ ଇନଷ୍ଟା ଷ୍ଟୋରୀରେ ଏକ ଭାବପ୍ରବଣ ନୋଟ୍ ଲେଖିଛନ୍ତି । ଯେଉଁଥିରେ ସେ ସୁଶାନ୍ତଙ୍କ ସ୍ୱପ୍ନକୁ ମନେ ପକାଇଛନ୍ତି ।
ଏହି ନୋଟରେ, ସଞ୍ଜନା କହିବାକୁ ଚେଷ୍ଟା କରିଛନ୍ତି ଯେ, 1 ମାସ ପରେ ମଧ୍ୟ ମୁଁ ଏହି ଦୁଃଖଦ ଖବରରୁ ବାହାରିପାରୁ ନାହିଁ । 'ଦିଲ୍ ବେଚାରା' ଫିଲ୍ମ ମାଧ୍ୟମରେ ସୁଶାନ୍ତ ମତେ ଏକ ଉପହାର ଦେଇଛନ୍ତି ।