ଓଡିଶା

odisha

ETV Bharat / sitara

କଙ୍ଗନାଙ୍କୁ କଡା ଜବାବ ଦେଲେ ସଞ୍ଜନା - ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ

କଙ୍ଗନାଙ୍କୁ ପ୍ରତିକ୍ରିୟାରେ ବୟାନ ରଖି ଚର୍ଚ୍ଚାରେ ଅଭିନେତ୍ରୀ ସଞ୍ଜନା । ପୂର୍ବରୁ ସେ ସୁଶାନ୍ତଙ୍କ ଉପରେ ଆଣିଥିଲେ ଯୌନ ଶୋଷଣ ଅଭିଯୋଗ।

ଡିଜାଇନ ଫଟୋ
ଡିଜାଇନ ଫଟୋ

By

Published : Jul 25, 2020, 5:40 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଅନେକ ସେଲିବ୍ରିଟିଙ୍କ ଉପରେ ବି-ଟାଉନର କୁଇନ କଙ୍ଗନା ରଣାୱତ ପରିବାରବାଦ ଅଭିଯୋଗ ଲଗାଇଛନ୍ତି । ସେ ଏଯାବତ କରନ ଜୋହର, ସଲମାନ ଖାନ, ଆଲିୟା ଭଟ୍ଟ, ସୋନମ କପୁର ଓ ସୋନାକ୍ଷୀ ସିହ୍ନା ଭଳି ଷ୍ଟାର୍ସଙ୍କୁ ଟାର୍ଗେଟ କରିସାରିଛନ୍ତି । ସେହିପରି ନିକଟରେ ସେ ସୁଶାନ୍ତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ରେ ଅଭିନୟ କରିଥିବା ସଞ୍ଜନା ସାଙ୍ଘୀଙ୍କ ଉପରେ ଅଭିଯୋଗ ଆଣିଥିଲେ ।

ସେ କହିଥିଲେ ସୁଶାନ୍ତ ଯେବେ ଜୀବିତ ଥିଲେ ସଞ୍ଜନା ସେହି ସମୟରେ କାହିଁକି କିଛି କହିନଥିଲେ । ଏବେ କହୁଛନ୍ତି ସୁଶାନ୍ତ ଭଲ ମଣିଷ ଥିଲେ। ଏହି ମାମଲା ଉପରେ ସଞ୍ଜନା ଏବେ କଙ୍ଗନାଙ୍କୁ କଡା ଜବାବ ଦେଇଛନ୍ତି ।

ଏକ ସାକ୍ଷାତକାରରେ ସଞ୍ଜନା କହିଛନ୍ତି, ‘କାହାକୁ ଏହା ଜଜ କରିବାର କୌଣସି ଅଧିକାର ନାହିଁ ମୁଁ କେବେ ପ୍ରତିକ୍ରିୟା ଦେବି ଆଉ ଦେବିନି । ଯାହା ସବୁ ଘଟିଥିଲା ମୁଁ ଆବଶ୍ୟକଠୁ ଅଧିକ କହିସାରିଲେଣି । ମୁଁ ମୋ ତରଫରୁ ସ୍ପଷ୍ଟ କରିଥିଲେ ଯାହା, ତାହା ଏହି ମାମଲା ପାଇଁ ଅଧିକ ଥିଲା । କାହାକୁ ମୋ ଉପରେ କୌଣସି କଥା କହିବାର ଅଧିକାର ନାହିଁ । ଉଡା ଖବର ଉପରେ ବୟାନ ଦେବା କୌଣସି ଚାକିରୀ ନୁହେଁ।’

ପ୍ରକାଶ ଥାଉକି କଙ୍ଗନା ଟ୍ବିଟ କରି ଲେଖିଥିଲେ, ‘ଅନେକ ଖବରରେ ଦାବି କରାଯାଇଛି ଯେ ସୁଶାନ୍ତ ଅଭିନେତ୍ରୀ ସଙ୍ଗନା ସାଙ୍ଘୀଙ୍କ ସହ ‘ଦିଲ ବେଚାରା’ ସେଟରେ ଯୌନ ଶୋଷଣ କରିଥିଲେ। ସେହି ସମୟରେ ସଞ୍ଜନାଙ୍କ ସହ ସମ୍ପୃକ୍ତ ଅନେକ ଖବର ଶୁଣିବାକୁ ମିଳୁଥିଲା । ଯେବେ ସୁଶାନ୍ତ ଜୀବିତ ଥିଲା ସଞ୍ଜନା କାହିଁକି ଚୁପ ଥିଲେ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details