ଓଡିଶା

odisha

ETV Bharat / sitara

'ସମସ୍ତେ କରିନା କପୁର ନୁହଁନ୍ତି'

ଟ୍ରୋଲର୍ସଙ୍କୁ କଡା ଜବାବ ଦେଇଛନ୍ତି ଅଭିନେତ୍ରୀ ସମୀରା ରେଡ୍ଡୀ । ଶରୀର ଓଜନକୁ ଆଧାର କରି ୟୁଜର୍ସ ତାଙ୍କୁ ଟ୍ରୋଲ କରିଛନ୍ତି । ବର୍ତ୍ତମାନ ସେ ଦ୍ବିତୀୟଥର ପାଇଁ ଗର୍ଭବତୀ ଅଛନ୍ତି ।

By

Published : Mar 13, 2019, 1:18 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସମୀରା ରେଡ୍ଡୀ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବି-ଟାଉନ ଷ୍ଟାର୍ସ ଟ୍ରୋଲର୍ସ ଶିକାର ହେବା ସାଧାରଣ କଥା ହୋଇଗଲାଣି । ୟୁଜର୍ସ ପ୍ରାୟତଃ ଅନେକ ଷ୍ଟାର୍ସଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ଇତିମଧ୍ୟରେ ଅଭିନେତ୍ରୀ ସମୀରା ରେଡ୍ଡୀ ମଧ୍ୟ ଟ୍ରୋଲର ଶିକାର ହୋଇଛନ୍ତି । ଦ୍ବିତୀୟ ଥର ମା' ହେବାକୁ ଯାଉଥିବା ସମୀରଙ୍କ ଶରୀର ଓଜନ ବର୍ତ୍ତମାନ ଖୁବ୍ ବଢିଯାଇଛି । ଯାହାକୁ ଆଧାର କରି ୟୁଜର୍ସ ତାଙ୍କୁ ଟ୍ରୋଲ କରିବାରେ ଲାଗିଛନ୍ତି । ସମୀରା ଟ୍ରୋଲର୍ସକୁ କଡା ଜବାବ ଦେଇ କହିଛନ୍ତି କି ସବୁ ମହିଳା ଅଭିନେତ୍ରୀ କରୀନା କପୁର ଖାନ ଭଳି ନୁହନ୍ତି ।

ଗର୍ଭବସ୍ଥା ସମୟରେ ଟ୍ରୋଲିଂ ଏବଂ ଶରୀରକୁ ନେଇ ଲଜ୍ୟା ଅନୁଭବ କରିବା ବିଷୟରେ ସମୀରା କହିଛନ୍ତି କି ସେ ଟ୍ରୋଲର୍ସକୁ ଗୋଟି ପ୍ରଶ୍ନ । ଆପଣ ମାନେ କେଉଁଠାରୁ ଆସିଛନ୍ତି? ଆପଣଙ୍କୁ ମଧ୍ୟ ଆପଣ ମା' ଜନ୍ମ ଦେଇଛନ୍ତି, ଯେତେବେଳେ ଆପଣ ଜନ୍ମ ନେଇଥିଲେ, ସେତେବେଳେ ଆପଣଙ୍କ ମା' କଣ ହଟ୍ ଦେଖାଯାଇଥିଲେ ? ଏହା ଲଜ୍ୟାଜନକ କଥା । ଏହା ସ୍ବଭାବିକ ପ୍ରକ୍ରିୟା ଏବଂ ମା' ହେବା ଏକ ସୁନ୍ଦର ଅନୁଭୂତି ।

ସେ ଆହୁରି କହିଛନ୍ତି କି ଯେଉଁଠାରେ କରୀନାଙ୍କ ପରି ସେକ୍ସୀ ମହିଳା ବି ଅଛନ୍ତି, ଯିଏ ସନ୍ତାନ ଜନ୍ମ କରିସାରିଲା ପରେ ହଟ୍ ଦେଖାଯାଆନ୍ତି । ସେହିଠାରେ ତାଙ୍କ ଭଳି ମଧ୍ୟ ମହିଳା ଅଛନ୍ତି, ଯାହାକୁ ଡେଲିଭରି ପରେ ପୂର୍ବାବସ୍ଥାକୁ ଫେରିବାକୁ ସମୟ ଲାଗିଥାଏ । ତାଙ୍କୁ ପ୍ରଥମ ସନ୍ତାନ ଜନ୍ମ ପରେ ମଧ୍ୟ ସମୟ ଲାଗିଥିଲା । ସେହିପରି ହୁଏତଃ ଦ୍ବିତୀୟ ସନ୍ତାନ ଜନ୍ମ ପରେ ବି ସମୟ ଲାଗିବ ।

ପ୍ରକାଶ ଥାଉକି ସମୀରା ଟାଇମ୍ସ ଅଟୋ ଆୱାର୍ଡସ 11ତମ ସଂସ୍କରଣର ରେଡ କାର୍ପେଟରେ ନଜର ଆସିଥିଲେ । ସେହି ସମୟରେ ସେ କହିଥିଲେ 'ଯିଏ ଯେଉଁଭଳି, ତାଙ୍କୁ ସେପରି ସ୍ବୀକାର କରିବା ନିହାତି ଆବଶ୍ୟକ ।'

ABOUT THE AUTHOR

...view details