ଓଡିଶା

odisha

ETV Bharat / sitara

ବେବି ଗର୍ଲଙ୍କୁ ଜନ୍ମ ଦେଲେ ସମୀରା

ସମୀରାଙ୍କ ଘରେ ପଦାର୍ପଣ କଲେ ଶିଶୁ କନ୍ୟା । ଦ୍ବିତୀୟଥର ମା' ହେବା ଖୁସି ସୋସିଆଲ ମିଡିଆରେ ସେୟାର କଲେ ।

By

Published : Jul 13, 2019, 10:10 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସମୀରା ରେଡ୍ଡୀ

ମୁମ୍ବାଇ: ଅଭିନେତ୍ରୀ ସମୀରା ରେଡ୍ଡୀଙ୍କ ଘରକୁ ଆସିଲା କୁନି ଅତିଥି । ଦୀର୍ଘ ସମୟରୁ ଫ୍ୟାନ୍ସ ତାଙ୍କ କୁନି ଅତିଥିଙ୍କୁ ଦେଖିବା ପାଇଁ ଅପେକ୍ଷା କରିବସିଥିଲେ । ଏବେ ତାଙ୍କ ଅପେକ୍ଷାର ଅନ୍ତ ଘଟିଛି । ଆଜ୍ଞା ହଁ, ଦ୍ବିତୀୟଥର ମା' ସାଜିଛନ୍ତି ସମୀରା । ଶୁକ୍ରବାର ସକାଳେ ଜନ୍ମ ହୋଇଛି ଶିଶୁ କନ୍ୟା ।

ଏହି ଖୁସି ଖବର ସୂଚନା ସମୀରା ସୋସିଆଲ ମିଡିଆ ଜରିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଏହାସହ ସେ ଲିଟିଲ ଆଞ୍ଜେଲଙ୍କ ଫଟୋ ମଧ୍ୟ ସେୟାର କରିଛନ୍ତି । ଯେଉଁଥିରେ କୁନି ହାତ ଧରିଥିବାର ନଜର ଆସୁଛନ୍ତି ସମୀରା ।

ସମୀରା ସେହି ସେଲିବ୍ରିଟିଙ୍କ ମଧ୍ୟରୁ ଅନ୍ୟତମ ଯିଏ ଗର୍ଭବତୀର ସୁନ୍ଦର ଯାତ୍ରାକୁ ହୃଦୟରୁ ଏନୟଜ କରିବା ସହ ସବୁ ଅନୁଭୂତିକୁ ନିଜ ଫ୍ୟାନ୍ସଙ୍କ ସହ ମଧ୍ୟ ସେୟାର କରିଥିଲେ ।

ପ୍ରକାଶ ଥାଉକି ସମୀରା ବେବି ଗର୍ଲ ଜନ୍ମ ଦେବା ପୂର୍ବରୁ ନିଜ ବେବି ବମ୍ପର ଅନେକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ସମୀରା ଓ ତାଙ୍କ ସ୍ବାମୀ ଅକ୍ଷୟ ୱର୍ଦେଙ୍କ ପୁଅ ହଂସ ମଧ୍ୟ ଅଛନ୍ତି । ସମୀରା ଓ ଅକ୍ଷୟ 2014ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପୂର୍ବରୁ ଦୁଇଜଣ ପରସ୍ପରକୁ ଡେଟ କରୁଥିଲେ ।

ABOUT THE AUTHOR

...view details