ମୁମ୍ବାଇ: ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ 'ଗଙ୍ଗୁବାଈ କାଠିଆୱାଡ଼ି' ଏବେ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ କରିଛି । ଏଥିରେ ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟ ଅଭିନୟ କରିଛନ୍ତି । ଆଲିଆଙ୍କ ନିଖୁଣ ଅଭିନୟରେ ବିଭୋର ହୋଇଛନ୍ତି ସାଉଥ ଷ୍ଟାର ସାମନ୍ଥା ରୁଥ ପ୍ରଭୁ । ଏହି ଫିଲ୍ମ ଦେଖିବା ପରେ ସେ ଇନଷ୍ଟାଗ୍ରାମ ଷ୍ଟୋରୀରେ ଆଲିଆଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।
ସାମନ୍ଥା ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି ଯେ ଏ ହେଉଛି ଗୋଟିଏ ମାଷ୍ଟରପିସ ଫିଲ୍ମ । ଆଲିଆଙ୍କ ଅଭିନୟ ସମ୍ପର୍କରେ ଆଲୋଚନା କରିବା ପାଇଁ ସାମନ୍ଥାଙ୍କ ନିକଟରେ ଶବ୍ଦ ନାହିଁ ବୋଲି ସେ କହିଛନ୍ତି । ପ୍ରତିଟି ସଂଳାପ ଓ ଦୃଷ୍ଟିଭଙ୍ଗୀ ସର୍ବଦା ତାଙ୍କ ମନରେ ଛାପି ହୋଇ ରହିବ ବୋଲି କହିଛନ୍ତି ସାମନ୍ଥା । ଏହି ଫିଲ୍ମରେ ଆଲିଆ ଦେହଜୀବୀ ଭୂମିକାରେ ଅଭିନୟ କରିଛନ୍ତି । ପରବର୍ତ୍ତୀ ସମୟରେ ଆଲିଆ ଫିଲ୍ମରେ କିପରି ସେଲିବ୍ରିଟି ଫିଗର ହୋଇପାରିଛନ୍ତି ସେ ସମ୍ପର୍କରେ ଦର୍ଶାଯାଇଛି । ଏଥିରେ ଅଜୟ ଦେବଗନ ମଧ୍ୟ ଅଭିନୟ କରିଛନ୍ତି ।