ଓଡିଶା

odisha

ETV Bharat / sitara

ଦକ୍ଷିଣ ଭାରତୀୟ ଭାଷା କହିବେ ଭାଇଜାନ୍

‘ଦବଙ୍ଗ 3’କୁ ନେଇ ଖୁବ୍ ପରିଶ୍ରମ କରୁଛନ୍ତି ସଲମାନ ଖାନ । ପ୍ରଥମ ଥର ଚାରୋଟି ଭାଷାରେ ରିଲିଜ ହେବ ଏହି ଫିଲ୍ମ । ଯେଉଁଥିପାଇଁ ସଲମାନ କନ୍ନଡ, ତେଲୁଗୁ, ତାମିଲ ଭାଷାରେ ଟ୍ରେନିଂ ନେଉଛନ୍ତି । ଯାହାକୁ ନେଇ କେବଳ ବଲିଉଡ ଫ୍ୟାନ୍ସ ନୁହେଁ ବରଂ ଟଲିଉଡ ଫ୍ୟାନ୍ସ ମଧ୍ୟ ଖୁବ୍ ଏକ୍ସାଇଟେଡ ।

By

Published : Sep 13, 2019, 11:04 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ୟାନକ୍ଲବ

ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନ ନିଜର ଆଗାମୀ ଆକ୍ସନ ଫିଲ୍ମ ‘ଦବଙ୍ଗ 3’ର ପ୍ରସ୍ତୁତିରେ ଲାଗିପଡିଛନ୍ତି । ନିକଟରେ ଫିଲ୍ମର ଏକ ଦମଦାର ମୋଶନ ପୋଷ୍ଟର ରିଲିଜ କରିଥିଲେ ଦବଙ୍ଗ ମେକର୍ସ । ଯେଉଁଥିରେ ଚୁଲବୁଲ ପାଣ୍ଡେ ଅନ୍ଦାଜରେ ସଲମାନ ଦର୍ଶକଙ୍କୁ ନିଜ ସ୍ବାଗତ କରିବାକୁ କହିଥିଲେ । ତାଙ୍କ ଫ୍ୟାନ୍ସ ଫିଲ୍ମକୁ ନେଇ ଖୁବ୍ ଏକ୍ସାଇଟେଡ । ଖ୍ରୀଷ୍ଟମାସରେ ରିଲିଜ ହେବାକୁ ଯାଉଥିବା ଏହି ଫିଲ୍ମ ପାଇଁ ସଲମାନ ଖୁବ୍ ପରିଶ୍ରମ କରିଛନ୍ତି ।

ଆଉ ‘ଦବଙ୍ଗ 3’ ସଲମାନଙ୍କ ପ୍ରଥମ ଏମିତି ଫିଲ୍ମ ଯାହା ହିନ୍ଦୀ ସହ ତେଲୁଗୁ, ତାମିଲ, କନ୍ନଡରେ ରିଲିଜ ହେବ । କିନ୍ତୁ ସବୁଠାରୁ ମୁଖ୍ୟ କଥା ହେଲା କି ଫିଲ୍ମ ପାଇଁ ସଲମାନ କନ୍ନଡ, ତେଲୁଗୁ ଏବଂ ତାମିଲ ଭାଷାର ଟ୍ରେନିଂ ନେଇଛନ୍ତି । ଆଜ୍ଞା ହଁ, ଏହାର ମୋଶନ ପୋଷ୍ଟରରେ ସଲମାନ ତେଲୁଗୁ, ତାମିଲ ଓ କନ୍ନଡ କହୁଥିବାର ନଜର ଆସିଥିଲେ ।

ପ୍ରକାଶ ଥାଉକି ‘ଦବଙ୍ଗ 3’ରେ ଭିଲେନ ରୂପେ ନଜର ଆସିବେ ସାଉଥ ହିରୋ କିଚ୍ଚା ସୁଦୀପ । ଖାଲି ଏତିକି ନୁହେଁ ଏଥର ଦର୍ଶକ ଚୁଲବୁଲ ପାଣ୍ଡେଙ୍କ ଯୁବ ଭୂମିକା ମଧ୍ୟ ଦେଖିବେ । ଯାହା ପାଇଁ ନିଜ ଶରୀର ଓଜନ କମ କରିଛନ୍ତି ସଲମାନ । ସେହିପରି ଫିଲ୍ମରେ ନିର୍ଦ୍ଦେଶନା ଦାୟିତ୍ବ କୋରିଓଗ୍ରାଫର, ଅଭିନେତା ପ୍ରଭୁଦେବା ତୁଲାଉଛନ୍ତି । ପୁଣି ସଲମାନ ଓ ସୋନାକ୍ଷୀ ସିହ୍ନାଙ୍କ ରୋମାନ୍ସ ‘ଦବଙ୍ଗ 3’ରେ ନଜର ଆସିବ ।

ABOUT THE AUTHOR

...view details