ଓଡିଶା

odisha

ETV Bharat / sitara

'ଦବଙ୍ଗ-3' ସେଟରୁ ନୂଆ ଫଟୋ ଲିକ୍, ଚୁଲବୁଲ ପାଣ୍ଡେ ଅବତାରରେ ସଲମାନ - sonakshi sinha

ଭାଇରାଲ ହେଲା ସଲମାନ ଖାନଙ୍କ ଏକ ନୂଆ ଫଟୋ। ଯେଉଁଥିରେ ସେ ଚୁଲବୁଲ ପାଣ୍ଡେ ଅବତାରରେ ଦେଖାଯାଇଛନ୍ତି। ଫଟୋଟି ତାଙ୍କ ଆଗାମୀ ଫିଲ୍ମ 'ଦବଙ୍ଗ-3' ସେଟରୁ ଲିକ୍ ହୋଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ସଲମାନ ଖାନ

By

Published : Apr 3, 2019, 10:01 PM IST

ମୁମ୍ବାଇ: ଭାଇଜାନ୍ ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଦବଙ୍ଗ-3'ର ସୁଟିଂ ଆରମ୍ଭ ହୋଇସାରିଛି। ସଲମାନ ଏହି କଥାର ସୂଚନା ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଇଛନ୍ତି । ନିକଟରେ ଫିଲ୍ମ ସେଟରୁ ଏକ ଫଟୋ ସାମ୍ନାକୁ ଆସିଛି । ଯେଉଁଥିରେ ନର୍ମଦା ଘାଟର ସୌନ୍ଦର୍ଯ୍ୟପୂର୍ଣ୍ଣ ବାତାବରଣ ଦେଖିବାକୁ ମିଳିଛି । ଜଣାଇ ଦେଉଛୁ ଯେ ସଲମାନଙ୍କ ଏହି ଫିଲ୍ମଟି ତାଙ୍କ ହିଟ୍ ଫ୍ରାଞ୍ଚାଇଜ 'ଦବଙ୍ଗ'ର ତୃତୀୟ ସଂସ୍କରଣ ଫିଲ୍ମ ।

ଯଦି ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ସେହି ଫଟୋ ବିଷୟରେ କଥା ହେବା ତେବେ ସଲମାନ ଚୁଲବୁଲ ପାଣ୍ଡେ ପରି ଚାଲୁଥିବାର ନଜର ଆସୁଛନ୍ତି । ଅନ୍ୟପଟେ କିଛି ପିଲା ନର୍ମଦା ନଈକୁ ଡେଉଁଥିବାର ନଜର ଆସୁଛନ୍ତି।

ସଲମାନ ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, ନର୍ମଦାର ସୁନ୍ଦର ଘାଟରେ 'ଦବଙ୍ଗ-3'ର ସୁଟିଂ କରିବା ସମୟରେ। ସଲମାନଙ୍କ ବ୍ୟତୀତ ଏହି ଫିଲ୍ମରେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ତାଙ୍କ ପତ୍ନୀ ଭୂମିକାରେ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଲୋକପ୍ରିୟ କୋରିଓଗ୍ରାଫରଅଭିନେତା ପ୍ରଭୁଦେବା । ଫିଲ୍ମକୁ ଏବର୍ଷ ଡିସେମ୍ବରରେ ରିଲିଜ ହେବାର ନିଷ୍ପତ୍ତି ନେଇଛନ୍ତି ଫିଲ୍ମ ମେକର୍ସ ।

ABOUT THE AUTHOR

...view details