ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ କୋରୋନାର ଭୟଙ୍କର ସ୍ଥିତି ଥିବାବେଳେ ବଢିଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା ।
କୋରୋନାର ଦ୍ବିତୀୟ ଲହରକୁ ନେଇ ବଲିଉଡ ଇଣ୍ତଷ୍ଟ୍ରି ବହୁ ଅସୁବିଧାର ସମ୍ମୁଖୀନ ହୋଉଛି । ଯାହାକୁ ନେଇ ସମସ୍ତ ବଡ ଏବଂ ଛୋଟ ଚଳଚ୍ଚିତ୍ରର ରିଲିଜ୍ ତାରିଖ ସ୍ଥଗିତ ଥିବାରୁ ନିର୍ମାତାମାନେ ମଧ୍ୟ ଟେନସନରେ ଅଛନ୍ତି। ଏଭଳି ପରିସ୍ଥିତିରେ ସଲମାନ ଖାନଙ୍କ ଫିଲ୍ମ 'ରାଧେ'କୁ ନେଇ ଏକ ନୂଆ ଖବର ସାମ୍ନାକୁ ଆସିଛି ।
ମେ 13ରେ ଇଦ୍ ଅବସରରେ ରିଲିଜ ହେବ ରାଧେ । ଗତବର୍ଷ କୋରୋନା କାରଣରୁ ଇଦ୍ରେ ମୁକ୍ତିଲାଭ କରିପାରିନଥିବା ଫିଲ୍ମ 'ରାଧେ'କୁ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ନେଇ ସଲମାନ ଏକ ନୂଆ ମାର୍ଗ ଦର୍ଶାଇଛନ୍ତି । 'ରାଧେ' ପ୍ରେକ୍ଷାଳୟ ସହିତ OTT ପ୍ଲାଟଫର୍ମ ଏବଂ ସମସ୍ତ DTH ପ୍ଲାଟଫର୍ମରେ ଏକାସାଙ୍ଗରେ ମୁକ୍ତିଲାଭ କରିବ । ଫିଲ୍ମ'ରାଧେ'ର OTT ରାଇଟସ୍ G5 ସହିତ ଅଛି ଏବଂ OTT ପ୍ଲାଟଫର୍ମରେ ସିଧାସଳଖ 'ରାଧେ'ଲଞ୍ଚ ହେବାର ଆଲୋଚନାକୁ ନେଇ ସଲମାନ ସ୍ପଷ୍ଟ କରିଛନ୍ତି ଯେ ଫିଲ୍ମ ପ୍ରଥମେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।
ସଲମାନ ନିଜେ ମଧ୍ୟ ଏହି ଖବରକୁ ସୋସିଆଲ ମିଡିଆରେ ନିଶ୍ଚିତ କରିଛନ୍ତି।
ପ୍ରକାଶ ଥାଉ ଯେ, ଫିଲ୍ମ 'ରାଧେ'କୁ ନ୍ୟୁଜିଲ୍ୟାଣ୍ଡ, ଅଷ୍ଟ୍ରେଲିଆ, ୟୁରୋପ, ନର୍ଥ ଆମେରିକା, ସିଙ୍ଗାପୁର ସମେତ 40 ଟି ଦେଶରେ ମୁକ୍ତିଲାଭ କରାଯିବ।