ଓଡିଶା

odisha

By

Published : Apr 20, 2020, 5:25 PM IST

ETV Bharat / sitara

ସଲମାନଙ୍କ ‘ପ୍ୟାର କରୋନା’ ଗୀତରେ କରୋନା ସଚେତନତା, ଭିଡିଓ ରିଲିଜ

ଲଞ୍ଚ ହୋଇଯାଇଛି ସୁପରଷ୍ଟାର ସଲମାନ ଖାନଙ୍କ ୟୁଟ୍ୟୁବ ଚ୍ୟାନେଲ ‘ବିଙ୍ଗ ସଲମାନ ଖାନ’। ଆଉ ନିଜେ ଗାଇଥିବା ଗୀତ ‘ପ୍ୟାର କରୋନା’କୁ ରିଲିଜ କରିଛନ୍ତି ଏଥିରେ...

salman khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

ମୁମ୍ବାଇ: ଦବଙ୍ଗ ବୟ ସଲମାନ ଖାନ କୋରୋନା ଭାଇରସ ପାଇଁ ଦେଶବାସୀଙ୍କୁ ସଚେତନା ବାର୍ତ୍ତା ଦେବାରେ ଲାଗିଛନ୍ତି। ସେହିପରି ଦିନ ମଜୁରିଆ, ଶ୍ରମିକଙ୍କ ପାଇଁ ରାସନ ପହଞ୍ଚାଇବା କାମ ମଧ୍ୟ କରୁଛନ୍ତି । ଇତିମଧ୍ୟରେ ତାଙ୍କ ନୂଆ ଗୀତ ‘ପ୍ୟାର କରୋନା’ ରିଲିଜ ହୋଇଯାଇଛି । ଯାହା ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସୁଛି। ଏହାସହ ସେ ନିଜର ୟୁଟ୍ୟୁବ ଚ୍ୟାନେଲ ‘ବିଙ୍ଗ ସଲମାନ ଖାନ’ ନାମରେ ଲଞ୍ଚ କରିଛନ୍ତି।

ରବିବାର ସଲମାନ ଏହି ଗୀତର ଟିଜର ରିଲିଜ କରି ଫ୍ୟାନ୍ସଙ୍କୁ ଗୀତ ରିଲିଜ ହେବା ସୂଚନା ଦେଇଥିଲେ । ଯାହାପରେ ଫ୍ୟାନ୍ସଙ୍କ ଉତ୍ସାହିତ ଦୁଇଗଣ ବଢିଯାଇଥିଲା । ଗୀତ ଜରିଆରେ କୋରୋନା ସଙ୍କଟ ସମୟରେ ପ୍ରେମରେ ରହିବାକୁ ବାର୍ତ୍ତା ଦେଇଛନ୍ତି ସଲମାନ।

ମୁଖ୍ୟ କଥା ହେଲା ‘ପ୍ୟାର କରୋନା’ ଗୀତଟିକୁ ସଲମାନ ନିଜେ ଲେଖି, ଗାଇବା ସହ ରାପ ମଧ୍ୟ କରିଛନ୍ତି । ସୋସିଆଲ ମିଡିଆରେ ଗୀତଟିକୁ ରିଲିଜ କରି ସେ କ୍ୟାପସନରେ ଲେଖିଛନ୍ତି, ‘ଇମୋଶନାଲି ପାଖରେ ରହୁଅନ୍ତୁ ଆଉ ଫିଜିକାଲି ଦୂରେଇ ରୁହନ୍ତୁ । ପ୍ୟାର କରୋନା ଅଡିଓ ଆଉଟ ।’ ଶୁଣନ୍ତୁ ସଲମାନଙ୍କ ଏହି ଶାନଦାର ଗୀତ...

ABOUT THE AUTHOR

...view details