ଓଡିଶା

odisha

ETV Bharat / sitara

‘ସ୍ବାଗ ସେ ସୋଲୋ’ ସଲମାନ, ଦେଖନ୍ତୁ ଭିଡିଓ... - ସଲମାନ ଖାନଙ୍କ ନୂଆ ମ୍ୟୁଜିକାଲ ଭିଡିଓ

ଲାଗୁଛି ସଲମାନ ଖାନ ସବୁବେଳେ ସିଙ୍ଗଲ ରହିବାକୁ ଚାହୁଁଛନ୍ତି । କାରଣ ଭାଲେଣ୍ଟାଇନ ୱିକରେ ଯୁବପିଢି ଯେଉଁଠାରେ ରୋମାଣ୍ଟିକ ଜିନିଷ କରୁଛନ୍ତି, ସେହିଠାରେ ସଲମାନ ‘ସ୍ବାଗ ସେ ସୋଲୋ’ ଗୀତ ରିଲିଜ କରି ସମସ୍ତଙ୍କୁ ନିଜ କାହାଣୀ ଶୁଣାଇଛନ୍ତି।

salman khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

By

Published : Feb 11, 2020, 1:39 PM IST

ମୁମ୍ବାଇ: ପ୍ରେମର ଏହି ସପ୍ତାହ ତଥା ଭାଲେଣ୍ଟାଇନ ୱିକକୁ ଶାନଦାର କରିବାକୁ ସୁପରଷ୍ଟାର ସଲମାନ ଖାନ ଏକ ମ୍ୟୁଜିକାଲ ଭିଡିଓ ‘ସ୍ବାଗ ସୋ ସୋଲୋ’ ରିଲିଜ କରିଛନ୍ତି । ହେଲେ ଏଥିରେ ପ୍ରେମୀ ଯୁଗଳଙ୍କ ପାଇଁ କିଛି ଖାସ୍ ନାହିଁ । ଯିଏ ଲାଇଫରେ ସିଙ୍ଗଲ ଅଛନ୍ତି ତାଙ୍କ ପାଇଁ ଗୀତଟି ନିର୍ମାଣ କରାଯାଇଛି । ଖାଲି ଏତିକି ନୁହେଁ ଗୀତରେ କୋଲ୍ଡଡ୍ରିଙ୍କ ବ୍ରାଣ୍ଡ ପେପ୍ସିର ବିଜ୍ଞାପନ ମଧ୍ୟ କରାଯାଉଛି । ଫ୍ୟାନ୍ସଙ୍କୁ ସଲମାନଙ୍କ ଏହି ସ୍ବାଗ ଅନ୍ଦାଜ ଏତେ ପସନ୍ଦ ଆସିଛି ଯେ ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଛାଇଯାଇଛି ଗୀତ।

ଜଣେ ବ୍ରାଣ୍ଡ ଆମ୍ବାସଡର ରୂପେ ସଲମାନ ଅନେକ ବର୍ଷ ପରେ ମ୍ୟୁଜିକାଲ ସିଙ୍ଗଲରେ ନଜର ଆସିଛନ୍ତି । ଯୁବପିଢିଙ୍କ ମନକଥାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି ଏହି ଗୀତ। ତାନିଷ୍କ ବାଗଚୀ ଦ୍ବାରା କମ୍ପୋଜ ହୋଇଥିବା ଏହି ଗୀତକୁ ରେମୋ ଡିସୁଜାଙ୍କ କୋରିଓଗ୍ରାଫ କରିଛନ୍ତି।

ଗୀତ ରିଲିଜ ହେବାର ମାତ୍ର 12 ଘଣ୍ଟା ମଧ୍ୟରେ 92 ଲକ୍ଷରୁ ଅଧିକ ଭ୍ୟୁଜ ମିଳିସାରିଲାଣି । ଭ୍ୟୁଜ ଧିରେ ଧିରେ ବଢିବାରେ ଲାଗିଛି । ଗୀତ ରିଲିଜ ଅବସରରେ ସଲମାନ କହିଛନ୍ତି ଯେ ତାଙ୍କୁ ‘ସ୍ବାଗ ସେ ସୋଲୋ’ ବିଷୟରେ ଅଧିକ ଅନୁଭୂତି ଅଛି । କାରଣ ଏହି ଥିମ ତାଙ୍କ ସହ ସମ୍ପୃକ୍ତ । ଆଉ ଆଜିର ପିଢିଙ୍କ ପାଇଁ ଯିଏ ଆତ୍ମବିଶ୍ବାସୀ । ଯେଉଁମାନେ ସବୁବେଳେ ବାସ୍ତବତାକୁ ବୁଝୁଛନ୍ତି ତାଙ୍କ ପାଇଁ ମଧ୍ୟ । ଆଉ ସେ ପେପ୍ସି ବ୍ରାଣ୍ଡ ସହ ପୁଣି ଥରେ ସମ୍ପୃକ୍ତ ହେବାକୁ ନେଇ ଖୁବ୍ ଖୁସି ଅଛନ୍ତି ।

ABOUT THE AUTHOR

...view details