ମୁମ୍ବାଇ: ଟେଲିଭିଜନର ସବୁଠାରୁ ଲୋକପ୍ରିୟ ସୋ ବିଗବସର 13 ତମ ସିଜନ୍ ଶେଷ ହେବା ପରଠାରୁ, 14 ତମ ସିଜନ୍ ବିଷୟରେ ସବୁବେଳେ ଚର୍ଚ୍ଚା ହେଉଛି । ପ୍ରଶଂସକମାନେ ଏହାକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।
ବର୍ତ୍ତମାନ ଖବର ଆସୁଛି, ବିଗବସର 14 ତମ ସିଜନ୍ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରତିଯୋଗିମାନଙ୍କୁ ଫାଇନାଲ୍ କରିବାକୁ ସେଲିବ୍ରିଟି ମାନଙ୍କୁ ଆପ୍ରୋଚ କରାଯାଉଛି ।
ତଥାପି, ଏଥର କରୋନାଭାଇରସ ହେତୁ ଟିମକୁ ଯତ୍ନର ସହ ପ୍ରସ୍ତୁତ ହେବାକୁ ପଡିବ । ଏଥିରେ ପ୍ରତିଯୋଗୀ, କ୍ୟାମେରାପର୍ସନ୍, ପିସିଆର ସହିତ ପ୍ରାୟ 300 ଲୋକମାନଙ୍କ ଆବଶ୍ୟକ ରହିଛି । କିନ୍ତୁ, କରୋନାଭାଇରସ ଯୋଗୁଁ ଏତେ ସଂଖ୍ୟକ ଲୋକଙ୍କ ସହ କାମ କରିବା କଷ୍ଟକର । ଏଭଳି ପରିସ୍ଥିତିରେ ନିର୍ମାତାମାନେ ସାମାଜିକ ଦୂରତା ପାଳନ କରି ସୁଟିଂ କରିବାକୁ ପ୍ରସ୍ତୁତ ହେଉଛନ୍ତି ।