ଓଡିଶା

odisha

ETV Bharat / sitara

ରାଧେକୁ ନେଇ ନୂଆ ଖବର, ତିନି ଭିଲେନ ସହ ଲଢିବେ ସଲମାନ - ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ରାଧେ’

ଏବର୍ଷର ସବୁଠାରୁ ବଡ ଆକ୍ସନ ଫିଲ୍ମ ହେବାକୁ ଯାଉଛି ପ୍ରଭୁଦେବାଙ୍କ ନିର୍ଦ୍ଦେଶିତ ‘ରାଧେ’। ଫିଲ୍ମରେ ସଲମାନଙ୍କ ସହ ରୋମାନ୍ସ କରିବେ ଦିଶା।

_salman khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Mar 25, 2020, 2:02 PM IST

ମୁମ୍ବାଇ: ଦୀର୍ଘ ସମୟରୁ ସୁପରଷ୍ଟାର ସଲମାନ ଖାନଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ରାଧେ’କୁ ନେଇ ଏକ୍ସାଇଟେଡ ଦର୍ଶକ। ଦେଶ ଲକଡାଉନ ହେବା ପୂର୍ବରୁ ଏହି ଫିଲ୍ମର ସୁଟିଂ ଶେଷ ହୋଇଯାଇଥିଲା। ଏବେ ଫିଲ୍ମର ପୋଷ୍ଟ ପ୍ରଡକ୍ସନ କାମ ଚାଲିଛି। ମେକିଂ ସମୟରୁ ଫିଲ୍ମଟି ଚର୍ଚ୍ଚାରେ।

ଏବର୍ଷ ଇଦରେ ଫିଲ୍ମ ରିଲିଜ କରିବାକୁ ଯୋଜନା କରିଛନ୍ତି ମେକର୍ସ। ଏବେ ଫିଲ୍ମକୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ‘ରାଧେ’ରେ ସଲମାନ ଜଣେ ନୁହେଁ ବରଂ ତିନି ଜଣ ଭିଲେନଙ୍କ ସହ ଲଢୁଥିବାର ନଜର ଆସିବେ। ଫିଲ୍ମଟି ଏବର୍ଷର ସବୁଠାରୁ ବଡ ଆକ୍ସନ ଫିଲ୍ମ ହେବାକୁ ଯାଉଛି। ସେହିପରି ଫିଲ୍ମରେ ଭିଲେନ ରୂପେ ଅଭିନୟ କରୁଛନ୍ତି ରଣଦୀପ ହୁଡ୍ଡା, ଗୌତମ ଗୁଲାଟୀ ଓ ସିକ୍କିମର ପପୁଲାର ଅଭିନେତା ସାଙ୍ଗା ହାଈ।

ପ୍ରକାଶ ଥାଉକି ‘ରାଧେ’ ପୂର୍ବରୁ ସଲମାନ ଓ ରଣଦୀପ ଏକାଠି ଫିଲ୍ମ କିକି, ସୁଲତାନରେ କାମ କରିଥିଲେ । ଗୌତମ ଟିଭିର ଫେମସ ଅଭିନେତା। ଆଉ ବିଗ ବସର ବିଜେତା ମଧ୍ୟ। ଏହି କଳାକାରଙ୍କ ବ୍ୟତୀତ ଫିଲ୍ମରେ ଦିଶା ପଟାନୀ ନଜର ଆସିବେ। ସେହିପରି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ପ୍ରଭୁଦେବା ।

ABOUT THE AUTHOR

...view details