ଓଡିଶା

odisha

ETV Bharat / sitara

ପରଦାରେ ଲଢିବେ ଶଳା-ଭିଣୋଇ, ଉତ୍ସାହିତ ଫ୍ୟାନ୍ସ - ଆୟୁଷ ଶର୍ମାଙ୍କ ଡେବ୍ୟୁ ଫିଲ୍ମ ଲଭଯାତ୍ରୀ

ବଲିଉଡରେ ନିର୍ମାଣ ହେବାକୁ ଯାଉଛି ଆଉ ଏକ ରିମେକ ଫିଲ୍ମ। ମରାଠୀ ଫିଲ୍ମର ହିନ୍ଦୀ ରିମେକ ‘ଧାକା’ରେ ନଜର ଆସିବେ ସଲମାନ-ଆୟୁଷ।

_salman khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫ୍ୟାନକ୍ଲବ

By

Published : Apr 19, 2020, 2:42 PM IST

ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ନିଜ ଭିଣୋଇ ଆୟୁଷ ଶର୍ମାଙ୍କୁ ‘ଲଭଯାତ୍ରୀ’ ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରାଇଥିଲେ। ଏବେ ଆୟୁଷ ନିଜ ଆଗାମୀ ଫିଲ୍ମକୁ ନେଇ ଖୁବ୍ ବ୍ୟସ୍ତ। ଇତିମଧ୍ୟ ଫ୍ୟାନ୍ସଙ୍କ ମିଳିଛି ଗୁଡନ୍ୟୁଜ। ଚର୍ଚ୍ଚା ଜୋର ଧରିଛି ଯେ ସଲମାନ ଓ ଆୟୁଷ ଏକ ଫିଲ୍ମରେ ଏକାଠି ନଜର ଆସିବେ। ମରାଠୀ ଫିଲ୍ମ ‘ମୁଲଶୀ ପାଟର୍ଣ୍ଣ’ର ହିନ୍ଦୀ ରିମେକ ନିର୍ମାଣ ହେବାକୁ ଯାଉଛି। ଯେଉଁଥିରେ ଏହି ଶଳା-ଭିଣୋଇଙ୍କ ଯୋଡି ଦେଖିବାକୁ ମିଳିବ।

ଫିଲ୍ମର ଟାଇଟଲ ‘ଧାକା’ ରଖାଯାଇଛି। ଫିଲ୍ମରେ ସଲମାନ ପୋଲିସ ଭୂମିକାରେ ଅଭିନୟ କରିବାକୁ ଯାଉଥିବା ବେଳେ ଆୟୁଷ ଜଣେ ଗ୍ୟାଙ୍ଗଷ୍ଟାର ଭୂମିକାର ଦେଖାଯିବେ। ଏହାସହ ଫିଲ୍ମର ରିଲିଜ ତାରିଖର ମଧ୍ୟ ଯୋଜନା କରିସାରିଛନ୍ତି ମେକର୍ସ। ଆସନ୍ତା ବର୍ଷ ମେ 3ରେ ରିଲିଜ ହେବ ଫିଲ୍ମ।

ମେକର୍ସଙ୍କୁ ଫିଲ୍ମର ଅରିଜନାଲ ରାଇଟ୍ସ ମିଳିସାରିଛି। ସେପଟେ ଦର୍ଶକ ଏବେଠୁ ଫିଲ୍ମକୁ ନେଇ ଖୁବ୍ ଉସାହିତ। ଫିଲ୍ମରେ ଶଳା-ଭିଣୋଇ ଫାଇଟ୍ ଦେଖିବାକୁ ବ୍ୟାକୁଳ ଫ୍ୟାନ୍ସ ।

ABOUT THE AUTHOR

...view details