ଓଡିଶା

odisha

ETV Bharat / sitara

ଗଣେଶ ଉତ୍ସବରେ ସିଗାରେଟ ଟାଣି ଭାଇଜାନ ଟ୍ରୋଲ

ଗଣେଶ ଉତ୍ସବରେ ସିଗାରେଟ ଟାଣି ମିଡିଆ ସାମ୍ନାରେ ଧରାପଡିଛନ୍ତି ଭାଇଜାନ । ଭଉଣୀ ଅର୍ପିତାଙ୍କ ଗଣେଶ ପୂଜା ଆୟୋଜନରେ ଯୋଗ ଦେଇଥିଲା ସଲମାନ ।

By

Published : Sep 7, 2019, 3:20 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ବଲିଉଡ ସେଲିବ୍ରିଟି ସର୍ବଦା ମିଡିଆ ସାମ୍ନାରେ ଧରା ପଡଥାନ୍ତି । ନିଜ ପର୍ସନାଲ ଲାଇଫକୁ ମିଡିଆଠାରୁ ଦୂରରେ ରଖିବାକୁ ଚାହୁଁଥିଲା ବେଳେ ମିଡିଆ ସାମ୍ନାରୁ ବର୍ତ୍ତିବା ସହଜ ନୁହେଁ । ନିକଟରେ ସଲମାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ

ଗଣେଶ ଉତ୍ସବରେ ସିଗାରେଟ ଟାଣୁଥିବାର ନଜର ଆସିଛନ୍ତି ଭାଇଜାନ । ଭଉଣୀ ଅର୍ପିତା ଆୟୋଜନ କରିଥିବା ଗଣେଶ ଉତ୍ସବରେ ଯୋଗ ଦେଇଥିଲେ ସଲମାନଙ୍କ ପୁରା ପରିବାର । ଗଣପତି ଭଷାଣିରେ ନାଚିବା ସହ ମାହୋଲକୁ ଖୁବ ଉପଭୋଗ କରିଥିଲେ ଭାଇଜାନ । କିନ୍ତୁ ବର୍ତ୍ତମାନ ତାଙ୍କ ଧ୍ରୁମପାନର ଭିଡିଓ ଦେଖିବାକୁ ମିଳୁଛି । ସଲମାନଙ୍କ ସହ ଫିଲ୍ମ ନିର୍ମାତା ଅତୁଲ ଅଗ୍ନିହୋତ୍ରୀ ମଧ୍ୟ ନଜର ଆସିଥିଲେ ।

ABOUT THE AUTHOR

...view details