ମୁମ୍ବାଇ: ବର୍ତ୍ତମାନ ଚର୍ଚ୍ଚାରେ ସଲମାନ ଖାନଙ୍କ ଅପକମିଂ ଫିଲ୍ମ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ହିରୋ’ । ସଲମାନ ଏହି ଫିଲ୍ମର ଘୋଷଣା କରିବା ଦିନଠୁ ଫିଲ୍ମକୁ ନେଇ ଏକ୍ସାଇଟେଡ ଦର୍ଶକ । କିନ୍ତୁ ଇତିମଧ୍ୟରେ ଟ୍ବିଟରରେ ‘ରାଧେ’ ଟ୍ରେଣ୍ଡ କରିବାରେ ଲାଗିଛି । ଏହି ଟ୍ରେଣ୍ଡ ଏମିତି ବଢିଯାଇଛି ଯେ ସଲମାନଙ୍କ ମେଲ ଫ୍ୟାନ୍ସ ଓ ଫିମେଲ ଫ୍ୟାନ୍ସ ନିଜ ନିଜ ମଧ୍ୟରେ ଝଗଡା ଆରମ୍ଭ କରିଦେଇଛନ୍ତି ।
‘ରାଧେ’କୁ ନେଇ ଟ୍ବିଟର ୱାର
ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଛି ସଲମାନଙ୍କ ଚର୍ଚ୍ଚିତ ଫିଲ୍ମ ‘ରାଧେ:ୟୋର ମୋଷ୍ଟ ୱାଣ୍ଟେଡ ହିରୋ’ । ଫିଲ୍ମ ଆସିବା ପୂର୍ବରୁ ଫିମେଲ ଫ୍ୟାନ୍ସ ଓ ମେଲ ଫ୍ୟାନ୍ସଙ୍କ ମଧ୍ୟରେ ଝଗଡା ।
କଥାଟି ହେଲା କି ସଲମାନ ନିଜ ଚର୍ଚ୍ଚିତ ଫିଲ୍ମ ‘ଦବଙ୍ଗ 3’ ଟ୍ରେଲର ସହ ‘ରାଧେ: ୟୋର ମୋଷ୍ଟ ୱାଣ୍ଟେଡ ଭାଇ’ର ଫାଷ୍ଟଲୁକ ପୋଷ୍ଟର ଜାରି କରିଥିଲେ । ଯାହାକୁ ନେଇ ସୋସିଆଲ ମିଡିଆରେ ବିବାଦ ଦେଖାଦେଇଛି । ବିବାଦ ଏତେ ଗମ୍ଭୀର ହୋଇଯାଇଛି ଯେ ହୁଏତଃ ଫିଲ୍ମ ନିର୍ଦ୍ଦେଶକ ପ୍ରଭୁଦେବାକୁ ଫିଲ୍ମର ଟାଇଟଲ ପରିବର୍ତ୍ତନ କରିବାକୁ ପଡିପାରେ ।
ପ୍ରକାଶ ଥାଉକି ସଲମାନ ସମସ୍ତଙ୍କ ଫେଭରେଟ ଷ୍ଟାର । ଯେଉଁଠାରେ ପୁଅ ଫ୍ୟାନ୍ସ ତାଙ୍କୁ ଭାଇ କହି ସମ୍ବୋଧିତ କରୁଛନ୍ତି ସେହିଠାରେ ଝିଅ ଫ୍ୟାନ୍ସ ତାଙ୍କୁ ହିରୋ କହି। ଏହି କାରଣ ପାଇଁ ଝିଅ ଫ୍ୟାନ୍ସ ଟ୍ବିଟରରେ ‘ରାଧେ:ୟୋର ମୋଷ୍ଟ ୱାଣ୍ଟେଡ ହିରୋ’ ଟ୍ରେଣ୍ଡ କରାଇଛନ୍ତି । ଯାହା ରବିବାର ରାତିରୁ ଟ୍ବିଟରରେ ଟ୍ରେଣ୍ଡ କରିବାରେ ଲାଗିଛି । ଆଉ ଏବେ ଟପଟେନରେ ମଧ୍ୟ ଅଛି । ସେପଟେ ମେଲ ଫ୍ୟାନ୍ସଙ୍କୁ ଏହା ଆଦୌ ପସନ୍ଦ ଆସିନାହିଁ । ଯାହାକୁ ନେଇ ଟ୍ବିଟରରେ ମୁହାଁମୁହିଁ ହୋଇଛନ୍ତି ଫିମେଲ ଫ୍ୟାନ୍ସ ଓ ମେଲ ଫ୍ୟାନ୍ସ । ଏବେ ଦେଖିବା ବାକି ରହିଲା ଯେ ଫିଲ୍ମର ଟାଇଟଲରେ ଭାଇ ରହୁଛି କି ହିରୋ ।