ଓଡିଶା

odisha

ETV Bharat / sitara

ୟୁଟ୍ୟୁବରେ ଧମାଲ କରିବେ ଭାଇଜାନ - ସଲମାନ ଖାନଙ୍କ ନୂଆ ୟୁ୍ଟ୍ୟୁବ ଚ୍ୟାନେଲ

ସୋସିଆଲ ମିଡିଆ ବ୍ୟତୀତ ଏବେ ୟୁଟ୍ୟୁବରେ ଦର୍ଶକଙ୍କୁ ବାନ୍ଧି ରଖିବେ ସୁପରଷ୍ଟାର ସଲମାନ ଖାନ। ବିଙ୍ଗ ସଲମାନ ଖାନ ନାମରେ ଚ୍ୟାନେଲ ଆରମ୍ଭ କରିବେ।

salman khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ

By

Published : Apr 15, 2020, 12:04 PM IST

ମୁମ୍ବାଇ: ଲକଡାଉନ ସମୟରେ ଫ୍ୟାନ୍ସଙ୍କୁ ଜଲଦି ସରପ୍ରାଇଜ ଦେବାକୁ ଯାଉଛନ୍ତି ଭାଇଜାନ ସଲମାନ ଖାନ। ସେ ଖୁବଶୀଘ୍ର ନିଜର ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିବେ। ଏବେ ଏହା ପାଇଁ ସେ ପ୍ରସ୍ତୁତ ମଧ୍ୟ ହୋଇସାରିଲେଣି। ତାଙ୍କ ୟୁଟ୍ୟୁବ ଚ୍ୟାନେଲ ନାମ ‘ବିଙ୍ଗ ସଲମାନ ଖାନ’ ରଖାଯିବ।

ୟୁଟ୍ୟୁବ ଚ୍ୟାନେଲ ମାଧ୍ୟମରେ ଏବେ ସଲମାନ ଫ୍ୟାନ୍ସଙ୍କ ସହ ନିଜ ବ୍ୟକ୍ତିଗତ ଜିନିଷ ମଧ୍ୟ ସେୟାର କରିବେ। ଯାହାଦ୍ବାରା ପ୍ରଶଂସକ ତାଙ୍କୁ ଆହୁରି ଭଲ ରୂପେ ଜାଣିପାରିବେ।

ଏହି ଚ୍ୟାନେଲରେ ଆପଣ ସଲମାନଙ୍କ ପେଣ୍ଟିଂ ଦେଖିପାରିବେ। ତାଙ୍କୁ ଗୀତ ଗାଉଥିବାର ମଧ୍ୟ ଶୁଣିପାରିବେ। ଏହାସହ ସେ ଅନେକ ଭିଡିଓ ମଧ୍ୟ ସେୟାର କରିବେ। ଏହି ପ୍ଲାଟଫର୍ମରେ ସଲମାନ ନୂଆ ପ୍ରତିଭାଶାଳୀଙ୍କୁ ସୁଯୋଗ ଦେବାକୁ ଯାଉଛନ୍ତି। ମୁଖ୍ୟ କଥା ହେଲା ଯେ ଏହି ଚ୍ୟାନେଲ ଜରିଆରେ ସେ କୋଭିଡ 19 ପାଇଁ ସଚେତନତା ବାର୍ତ୍ତା ମଧ୍ୟ ବାଣ୍ଟିବେ।

ABOUT THE AUTHOR

...view details