ଓଡିଶା

odisha

ETV Bharat / sitara

'ଟାଇଗର-3'ର ସୁଟିଂ -'ରାଧେ' ପ୍ରମୋସନ ଏକାଠି କରିବେ କି ସଲମାନ !

ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଟାଇଗର-3' ର ସୁଟିଂ କରୁଛନ୍ତି । ଏବେ ଅନୁମାନ କରାଯାଉଛି ଯେ, 'ଟାଇଗର-3'ର ସୁଟିଂ ଏବଂ 'ରାଧେ' ପ୍ରମୋସନକୁ ଏକାଠି କରିବେ ସଲମାନ । ଅଧିକ ପଢନ୍ତୁ...

By

Published : Apr 2, 2021, 9:31 PM IST

salman-khan-to-handle-tiger-3-shooting-and-radhe-prmotions-hand-to-hand
'ଟାଇଗର-3'ର ସୁଟିଂ -'ରାଧେ' ପ୍ରମୋସନକୁ ଏକାଠି କରିବେ କି ସଲମାନ !

ନୂଆଦିଲ୍ଲୀ: ଏବେ ବଲିଉଡ ସୁପରଷ୍ଟାର ସଲମାନ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଟାଇଗର-3' ର ସୁଟିଂ କରୁଛନ୍ତି, ଯାହା ତାଙ୍କର ବହୁ ପ୍ରତିକ୍ଷିତ ଫ୍ରାଞ୍ଚାଇଜ ମଧ୍ୟରୁ ଅନ୍ୟତମ।

ଏବେ ଅନୁମାନ କରାଯାଉଛି ଯେ, 'ଟାଇଗର-3'ର ସୁଟିଂ ଏବଂ 'ରାଧେ' ପ୍ରମୋସନକୁ ଏକାଠି କରିବେ ସଲମାନ ।

ଖବର ଅନୁଯାୟୀ, 'ରାଧେ' ମେ 13 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଏବଂ ଏହାର ପ୍ରମୋସନ ଏପ୍ରିଲ୍ ଶେଷରେ ଆରମ୍ଭ ହେବ । ଅନ୍ୟପକ୍ଷରେ 'ଟାଇଗର-3'ର ସୁଟିଂ ମେ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ ।

କୋଭିଡ ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଫିଲ୍ମ 'ରାଧେ'ର ପ୍ରମୋସନ ସମୟରେ ଅତିରିକ୍ତ ସତର୍କତା ଅବଲମ୍ବନ କରିବାକୁ ସଲମାନଙ୍କ ଟିମ ସମସ୍ତ ଯୋଜନା ପ୍ରସ୍ତୁତ କରିଛନ୍ତି ।

ପ୍ରକାଶ ଥାଉ ଯେ, ସଲମାନ ଥିଏଟର ମାଲିକମାନଙ୍କୁ ସାହାଯ୍ୟ କରିବାକୁ ଆସିଥିଲେ ଯେତେବେଳେ ସେ ତାଙ୍କ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ନିଷ୍ପତ୍ତି ନେଇଥିଲେ । ସଲମାନଙ୍କ ପରେ ହିଁ ଅନ୍ୟ କଳାକାରମାନେ ସେମାନଙ୍କର ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ସାହସ ପାଇଛନ୍ତି ।

ABOUT THE AUTHOR

...view details