ହାଇଦ୍ରାବାଦ: ଭାଇଜାନଙ୍କ ସାର୍ଟଲେସ ସିନ ବଲିଉଡରେ ବହୁତ ପପୁଲାର । ବଲିଉଡରେ ସାର୍ଟଲେସର ଟ୍ରେଣ୍ଡ ପ୍ରଥମେ ଆରମ୍ଭ କରିଥିଲେ ସଲମାନ । ଏବେ ପୁଣି ତାଙ୍କ ଖୋଲା ବଡି ଦେଖି ଫ୍ୟାନ୍ସ ହୋଇବେ ବେହୋସ । ବେୟାର ବଡିରେ 'ଦବଙ୍ଗ-3'ରେ ଫାଇଟିଂ କରିବେ ସଲମାନ ।
ଏହାର ଖୁଲାସା କରିଛନ୍ତି 'ଦବଙ୍ଗ-3'ରେ ସଲମାନଙ୍କ କୋ-ଆକ୍ଟର ଥିବା କିଚ୍ଚା ସୁଦିପ । ସୁଦିପ ଟ୍ବିଟ କରି ଲେଖିଥିଲେ, 'ସଲମାନଙ୍କ ସହ ଖୋଲା ବଡିରେ ଫାଇଟ କରିବା ପାଇଁ ମୁଁ କେବେଠୁ ଅପେକ୍ଷା କରିଥିଲି ଶେଷରେ ସେହି ସମୟ ଆସିଯାଇଛି' ବୋଲି କହିଛନ୍ତି ସୁଦିପ ।