ଓଡିଶା

odisha

ETV Bharat / sitara

ପରଦାରେ ବାହୁବଳୀଙ୍କ ସହ ଭାଇଜାନ୍

ବହୁ ଚର୍ଚ୍ଚିତ ଫିଲ୍ମ 'ସାହୋ'ରେ ପ୍ରଭାସଙ୍କ ସହ ନଜର ଆସିପାରନ୍ତି ବି-ଟାଉନର ସୁପରଷ୍ଟାର ସଲମାନ ଖାନ । ଏବେ ସଲମାନଙ୍କ ସହ ମେକର୍ସଙ୍କ କଥାବାର୍ତ୍ତା ଚାଲିଛି ।

By

Published : May 22, 2019, 9:36 PM IST

ଡିଜାଇନ ଫଟୋ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପକମିଂ ଫିଲ୍ମ 'ସାହୋ'ର ନୂଆ ପୋଷ୍ଟର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି । ପ୍ରଭାସଙ୍କ ଏହି ଫିଲ୍ମର ଘୋଷଣା ଯେବେ ଠାରୁ କରାଯାଇଛି, ତେବେ ଠାରୁ ଫ୍ୟାନ୍ସଙ୍କ ମଧ୍ୟରେ ଫିଲ୍ମକୁ ନେଇ ଖୁବ୍ ଉତ୍ସାହ । ଏବେ ବି-ଟାଉନର ଦବଙ୍ଗ ବୟ ସଲମାନ ଖାନ ମଧ୍ୟ ଏହି ଫିଲ୍ମରେ ସମ୍ପୃକ୍ତ ହେବାକୁ ଯାଉଛନ୍ତି ।

ପ୍ରକାଶ ଥାଉକି ପ୍ରଭାସଙ୍କ ବହୁ ପ୍ରତିକ୍ଷିତ ଆକ୍ସନ ଡ୍ରାମା ଫିଲ୍ମ 'ସାହୋ'ରେ ସୁପରଷ୍ଟାର ସଲମାନ ଅତିଥି ଅଭିନେତା ରୂପେ ନଜର ଆସିବେ । ମେକର୍ସ ଫିଲ୍ମ ପାଇଁ ସଲମାନଙ୍କୁ ଆପ୍ରୋଚ କରିଛନ୍ତି । ମେକର୍ସ ଓ ପ୍ରଭାସଙ୍କୁ ଅଭିନେତା ନିଲ ନିତିନ ମୁକେଶ ଭାଇଜାନଙ୍କ ନାମ ସଜେଷ୍ଟ କରିଥିଲେ।

ନିଲ ମେକର୍ସଙ୍କୁ କହିଥିଲେ କି 'ସାହୋ'ରେ ଯଦି ସଲମାନଙ୍କ ତଡକା ଦେଖିବାକୁ ମିଳିବ ତେବେ ଫ୍ୟାନ୍ସ ନିହାତି ଫିଲ୍ମ ଦେଖିବାକୁ ସିନେମାହଲ ଯିବେ ।

ଏହାବ୍ୟତୀତ ପ୍ରଭାସଙ୍କ ସହ ମୁଖ୍ୟ ଭୂମିକାରେ କ୍ୟୁଟ ଅଭିନେତ୍ରୀ ଶ୍ରଦ୍ଧା କପୁର ନଜର ଆସିବେ ।

For All Latest Updates

ABOUT THE AUTHOR

...view details