ମୁମ୍ବାଇ: ସୁପରଷ୍ଟାର ସଲମାନ ଖାନ ଗତ 2 ମାସରୁ ନିଜ ପନୱେଲସ୍ଥିତ ଫାର୍ମହାଉସରେ ସମୟ ବିତାଇଆସୁଛନ୍ତି । ଲକଡାଉନ ପାଇଁ ସେ ନିଜ ଫାର୍ମହାଉସରେ କିଛି ବନ୍ଧୁଙ୍କ ସହ ଅଛନ୍ତି । ଏହି ସମୟ ମଧ୍ୟରେ ତାଙ୍କର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିସାରିଲାଣି । ଆଉ ଏବେ ତାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି । ଯେଉଁଥିରେ ସେ ଫାର୍ମହାଉସ ସଫା କରୁଥିବା ଦେଖାଯାଉଛନ୍ତି |
ସଫେଇ କର୍ମୀ ସାଜିଲେ ସଲମାନ-ୟୁଲିୟା - ଭାଇରାଲ ହେଲା ସଲମାନ ଖାନଙ୍କ ନୂଆ ଭିଡିଓ
ଭାଇରାଲ ହେଲା ସଲମାନ ଖାନଙ୍କ ନୂଆ ଭିଡିଓ । ଏଥର କୌଣସି ମ୍ୟୁଜିକ ଭିଡିଓ ନୁହେଁ ବରଂ ଫାର୍ମହାଉସ ସଫା କରିବାରେ ବ୍ୟସ୍ତ ସେ ।
![ସଫେଇ କର୍ମୀ ସାଜିଲେ ସଲମାନ-ୟୁଲିୟା ଡିଜାଇନ ଫଟୋ](https://etvbharatimages.akamaized.net/etvbharat/prod-images/768-512-7499133-777-7499133-1591429370078.jpg)
ଡିଜାଇନ ଫଟୋ
ଭିଡିଓକୁ ସଲମାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ନିକଟରେ ମୁମ୍ବାଇକୁ ଆସିଥିବା ନିସର୍ଗ ବାତ୍ୟା ପାଇଁ ତାଙ୍କ ଫାର୍ମହାଉସର ଅନେକ ଗଛ ଭାଙ୍ଗି ପଡିଥିଲା । ଏଥି ନିମନ୍ତେ ସଲମାନ ଭଙ୍ଗା ଗଛ, ପତ୍ରକୁ ସଫା କରିଥିଲେ ।
ଫ୍ୟାନ୍ସଙ୍କ ପାଇଁ ସବୁଠାରୁ ମଜାଦାର କଥା ହେଲା ଯେ ସଲମାନ ଝାଡୁ କରୁଥିବା ବେଳେ ତାଙ୍କ ଗାର୍ଲଫ୍ରେଣ୍ଡ ରୂପେ ଚର୍ଚ୍ଚାରେ ରହିସାରିଥିବା ୟୁଲିୟା ବେନ୍ତୁର ମଧ୍ୟ ଫାର୍ମହାଉସ ସଫା କରୁଥିବାର ଦେଖାଯାଉଛନ୍ତି । ଦେଖନ୍ତୁ ଭିଡିଓ...